fbpx

ଆତଙ୍କୀ ଜକିଉରକୁ ୧୫ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ,୮ ।୧: ଆତଙ୍କବାଦୀ ଜକିଉର ରେହମାନ ଲଖଭିକୁ ମିଳିଛି ଜେଲଦଣ୍ଡ । ଟେରର ଫଣ୍ଡିଂ ମାମଲାରେ ଜକିଉରକୁ ୧୫ ବର୍ଷର ଜେଲ ଦଣ୍ଡାଦେଶ ମିଳିଛି । ଆଜି ପାକିସ୍ତାନ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଜକିଉର ରେହମାନ ଲଖଭି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ।

ଲାହୋରରେ ଜାକିୟୁର ରେହମାନ ଲାଖଭିଙ୍କ ବିରୋଧରେ ଆତଙ୍କବାଦ ପାଣ୍ଠି ମାମଲା ରୁଜୁ ହୋଇଛି । ସେ ଡିସପେନସାରୀ ନାମରେ ଟଙ୍କା ସଂଗ୍ରହ କରି ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହା ମୁଖ୍ୟତଃ ନୂଆ ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିଲା ।

Get real time updates directly on you device, subscribe now.