ସିମିଳିପାଳରୁ ପଶ୍ଚିମବଙ୍ଗରେ ପହଞ୍ଚିଲା ବାଘୁଣୀ ‘ଜୀନତ’, ୧୨୦କିମି କରିଲାଣି ଯାତ୍ରା

ନୂଆଦିଲ୍ଲୀ: ସିମିଳିପାଳ ଜଙ୍ଗଲରୁ ଖସି ପଶ୍ଚିମ ବଙ୍ଗର ବାଙ୍କୁରା ଜିଲ୍ଲାରେ ପହଞ୍ଚିଲା ବାଘୁଣୀ ‘ଜୀନତ’। ରବିବାର ସକାଳେ ଏହାକୁ ବେହୋସ କରିବାର ପ୍ରୟାସ ବିଫଳ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ, ବାଘୁଣୀକୁ ବେହୋସ କରିବା ଲାଗି ତାକୁ ଔଷଧ ଦିଆଯାଇଛି, ହେଲେ ବାରମ୍ବାର ପ୍ରୟାସ କରିବା ସତ୍ତ୍ୱେ ସେ ବେହୋସ ହେଲେନାହିଁ। ଜଣେ ଅଧିକାରୀ କହିଛନ୍ତି ଯେ, ପଶୁ ଚିକିତ୍ସକଙ୍କୁ ଅନୁମତି ମିଳିବା ପରେ ତାକୁ ଧରାଯାଇ ପୁଣିଥରେ ଅଭିଯାନ ଆରମ୍ଭ କରାଯିବ।

ପଶ୍ଚିମବଙ୍ଗର ମୁଖ୍ୟ ନବ୍ୟଜୀବ ୱାର୍ଡନ ଦେବଲ ରାୟ କହିଛନ୍ତି ଯେ, ବାଘୁଣୀକୁ ବାଙ୍କୁରା ଜିଲ୍ଲାର ଗୋପାଲପୁର ଜଙ୍ଗଳରେ ଟ୍ରାପ୍ କରାଯାଇଥିଲା। ଏଠାରେ ତାକୁ ଶନିବାର ରାତିରେ ଦେଖିବାକୁ ମିଳିଥିଲା। ବାଘୁଣୀକୁ ଧରିବା ଲାଗି ଜାଲ ବିଛା ଯାଇଥିଲା ଏବଂ ଜାଲର ପରିଧିକୁ ଛୋଟ କରାଯାଇଥିଲା, ଯାହା ଦ୍ୱାରା ତାକୁ କାବୁ କରାଯାଇପାରିବ।