fbpx

ମରିବି ପଛେ ହାରିବିନି: ପଣ କରି ଯୁଦ୍ଧ କ୍ଷେତ୍ରରେ ପହରା ଦେଉଛନ୍ତି ୟୁକ୍ରେନ ରାଷ୍ଟପତି ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ଭିତରେ ଜାରି ରହିଛି ମହାସମର । ନିଜ ନିଜ ଜିଦରେ ଅଟଳ ଉଭୟ ଦେଶ । ସେଥିରେ ବଳି ପଡୁଛନ୍ତି ସାଧାରଣ ଜନତା ଆଉ ନିଦୀୟ ସୈନ୍ୟସାମନ୍ତ । ସେପଟେ ଋଷ ସେନା ଭାରୀ ପଡିଥିଲେ ବି ପଛଘୁଞ୍ଚା ଦେଉନି ୟୁକ୍ରେନ । ଦେଶକୁ ୪ ପାଖରୁ ଘେରି ଆକ୍ରମଣ କରି ଚାଲିଛନ୍ତି ଋଷର ଆର୍ମି ଆଉ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କବଜା କରି ଚାଲିଛନ୍ତି । ମିସାଇଲ ଏବଂ ବୋମାରେ ଚାଲିଛି କଥାବାର୍ତ୍ତା ।

କିନ୍ତୁ ଦେଶକୁ ରକ୍ଷା କରିବା ପାଇଁ ନରନ୍ତର ଚେଷ୍ଟା ଜାରି ରଖିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ପରିବାରକୁ ପଛରେ ପକାଇ, ମାଟି ମାଆ ପାଇଁ ଦିନରାତି ଏକ କରି ଦେଇଛନ୍ତି ୟୁକ୍ରେନର ରାଷ୍ଟ୍ରପତି । ୨୪ ଘଣ୍ଟା ମିଲିଟାରୀ ୟୁନିଫର୍ମରେ ସୈନ୍ୟଙ୍କ ସହ ରହି କରି ଚାଲିଛନ୍ତି ରୀତିମତ ଯୋଜନା । କେମିତି ଋଷ ଉପରେ ହାସଲ କରିବେ ବିଜୟ । ଯୁଦ୍ଧ ଦିନରୁ ସମସ୍ତ ପରିସ୍ଥିତିରେ ସୈନ୍ୟମାନଙ୍କ ସହ ଯୋଡି ହୋଇ ରହିଛନ୍ତି ଜେଲେନସ୍କି । ଋଷ ଆତ୍ମସମର୍ପଣ କରିବାକୁ କହୁଥିବା ବେଳେ ଆମେରିକା ଭଳି ରାଷ୍ଟ୍ର ଦେଶ ଛାଡି ପଳାୟନ କରିବାକୁ ରାଷ୍ଟ୍ରପତିଙ୍କୁ ଦେଇଥିଲା ଅଫର । କିନ୍ତୁ ସବୁ ପରାମର୍ଶକୁ ଭୁଲି ଯୁଦ୍ଧ ପାଇଁ ଆଗେଇ ଚାଲିଛନ୍ତି । ମରିବା ପର୍ଯ୍ୟନ୍ତ ହାରିବେନି ବୋଲି ଦେଶ ଆଗରେ ପଣ କରିଛନ୍ତି ଜେଲେନସ୍କି । ଦେହରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ହକ ପାଇଁ ଯୁଦ୍ଧ କରିବୁ ବୋଲି ସେ ପ୍ରକାଶ କରିଛନ୍ତି ।

ଗୋଟିଏ ପଟେ ୪ ହଜାରରୁ ଅଧିକ ଋଷ ସୈନ୍ୟଙ୍କ ଜୀବନ ଯାଇଥିବା ୟୁକ୍ରେନ ଦାବି କରୁଥିବା ବେଳେ ୨୪୦ ସାଧାରଣ ଲୋକଙ୍କ ଜୀବନ ଯାଇଛି । ଋଷ ଫାଦର ଅଫ ଅଲ ବମ(FOAB) ଫିଙ୍ଗିବା ନେଇ ଯୋଜନା କରୁଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ୟୁକ୍ରେନ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି । ତେବେ ଏମିତି ହେଷଲ ପରମାଣୁ ଯୁଦ୍ଧ ଆରମ୍ଭ ହେବାକୁ ବେଶୀ ସମୟ ଲାଗିବନି ।
ମରିବି ପଛେ ହାରିବିନି!!!

Get real time updates directly on you device, subscribe now.