fbpx

(Video) ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୂଡ଼ାନ୍ତ ସଂରକ୍ଷଣ ତାଲିକା: ମହିଳାଙ୍କ ପାଇଁ ୧୫ଟି ଜିଲ୍ଲାର ଆସନ ସଂରକ୍ଷିତ (See List)

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ତେବେ ତାଲିକାରେ ଅନୁସୂଚିତ ଜନଜାତି ପାଇଁ ୭ଟି ଜିଲ୍ଲା ପରିଷଦ ପଦବୀ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ପାଇଁ ୫ଟି ପଦବୀ ସଂରକ୍ଷିତ ରହିଛି । ସେହିପରି ୧୫ଟି ଜିଲ୍ଲାରେ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି ।

ଚିଠା ସଂରକ୍ଷଣ ଲିଷ୍ଟ ଅନୁଯାୟୀ, ଅନୁଗୁଳ-ଅଣସଂରକ୍ଷିତ, କଟକ- ଅଣସିଂରକ୍ଷିତ, କନ୍ଧମାଳ- ଅନୁସୂଚିତ ଜନଜାତି ମହିଳା, କଳାହାଣ୍ଡି- ଅଣସଂରକ୍ଷିତ, କେନ୍ଦୁଝର- ଅଣସଂରକ୍ଷିତ, କେନ୍ଦ୍ରାପଡ଼ା- ଅନୁସୂଚିତ ଜାତି ମହିଳା, କୋରାପୁଟ- ଅନୁସୂଚିତ ଜନଜାତି ମହିଳା, ଖୋର୍ଦ୍ଧା- ମହିଳା, ଗଜପତି- ଅଣସଂରକ୍ଷିତ, ଗଞ୍ଜାମ- ମହିଳା, ଜଗତସିଂହପୁର-ଅନୁସୂଚିତ ଜାତି, ଝାରସୁଗୁଡ଼ା- ମହିଳା, ଢେଙ୍କାନାଳ- ମହିଳା, ଦେଓଗଡ଼- ଅଣସିଂରକ୍ଷିତ, ନବରଙ୍ଗପୁର- ଅନୁସୂଚିତ ଜନଜାତି, ନୟାଗଡ଼- ଅଣସିଂରକ୍ଷିତ, ନୂଆପଡ଼ା- ମହିଳା, ପୁରୀ- ମହିଳା, ବରଗଡ଼- ଅଣସଂରକ୍ଷିତ ମହିଳା, ବଲାଙ୍ଗିର- ମହିଳା, ବାଲେଶ୍ୱର- ଅଣସଂରକ୍ଷିତ, ବୌଦ୍ଧ- ଅନୁସୂଚିତ ଜାତି ମହିଳା, ଭଦ୍ରକ- ଅନୁସୂଚିତ ଜାତି, ମୟୂରଭଞ୍ଜ- ଅନୁସୂଚିତ ଜନଜାତି, ମାଲକାନଗିରି- ଅନୁସୂଚିତ ଜନଜାତି ମହିଳା, ଯାଜପୁର- ଅନୁସୂଚିତ ଜାତି ମହିଳା, ରାୟଗଡ଼ା- ଅନୁସୂଚିତ ଜନଜାତି ମହିଳା, ସମ୍ବଲପୁର- ମହିଳା, ସୁନ୍ଦରଗଡ଼- ଅନୁସୂଚିତ ଜନଜାତି, ସୋନପୁର- ଅଣସଂରକ୍ଷିତ ।

Get real time updates directly on you device, subscribe now.