fbpx
BSKY
BJD MC SKY
BJD YOUTH SKY

ଏହା ହେଉଛି ନୂଆ ଭାରିଆଣ୍ଟ୍ IHUର ଲକ୍ଷଣ, ଓମିକ୍ରନ ଠାରୁ ପୂରା ଅଲଗା; ପଢ଼ନ୍ତୁ କଣ କହୁଛି ନୂତନ ଅଧ୍ୟୟନ

ନୂଆଦିଲ୍ଲୀ: ପୁରା ବିଶ୍ୱ ବର୍ତ୍ତମାନ କୋଭିଡ୍ ମହାମାରୀର ନୂତନ ଭାରିଆଣ୍ଟ୍ ଓମିକ୍ରନ ସହିତ ଲଢ଼େଇ କରୁଛି । ଏଭଳି ପରିସ୍ଥିତିରେ ଆଉ ଭାରିଆଣ୍ଟ୍ ଚିନ୍ତାକୁ ବଢ଼ାଇ ଦେଇଛି । ହଁ କୋଭିଡ୍-୧୯ ଭାଇରସ୍ ର ଆଉ ଏକ ନୂତନ ଭାରିଆଣ୍ଟ୍ ର ମାମଲା ଏବେ ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି । ଏହି ଭାରିଆଣ୍ଟକୁ ଆଇଏଚୟୁ ଭାବରେ ଭାବରେ ନାମକରଣ କରାଯାଇଛି । ଏହି ଭାରିଆଣ୍ଟ ଫ୍ରାନ୍ସରୁ ଚିହ୍ନଟ ହୋଇଛି । ଜାଣିଥାନ୍ତୁ ଯେ, ଭାଇରସ୍ ସମୟ ସହିତ ଅଧିକ ଥର ମ୍ୟୁଟେସନ୍ କରିଥାନ୍ତି ଓ ବିଭିନ୍ନ ଷ୍ଟ୍ରେନ୍ ଉତ୍ପନ୍ନ କରିଥାନ୍ତି । ଯାହାଫଳରେ ସେମାନେ ଜୀବିତ ରହିପାରିବେ । ସମାନ ସ୍ଥିତି କୋଭିଡ୍ ଭାଇରସ୍ ସହିତ ମଧ୍ୟ ହେଉଛି ।

ମିରର୍ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଏବେ ଭାଇରସ୍ ନିଜର ଏକ ନୂଆ ରୁପରେ ସାମନାକୁ ଆସିଛି । ତେଣୁ ଜରୁରୀ ନୁହେଁ ଚିକିତ୍ସା ଓ ଟିକା ସବୁ ପ୍ରକାର ଭାରିଆଣ୍ଟ୍ ରୁ ଲୋକଙ୍କୁ ସୁରକ୍ଷା ଦେଇପାରିବ । ଏହା ବି ସମ୍ଭବ ହୋଇପାରେ ଯେ, ପୁରୁଣା ଭାରିଆଣ୍ଟ୍ ତୁଳନାରେ ନୂଆ ଭାରିଆଣ୍ଟ୍ ଅଧିକ ସଂକ୍ରାମକ ହୋଇଥାଇପାରେ । ତେବେ ଏଠାରେ ବି ପ୍ରଶ୍ନ ଉଠୁଛି ଯେ, ଫ୍ରାନ୍ସରୁ ଚିହ୍ନଟ କରାଯାଇଥିବା ଆଇଏଚୟୁ ଭାରିଆଣ୍ଟ୍ କେତେ ସଂକ୍ରାମକ ଓ ଏହା କେତେ ବିପଦଜନକ ?

ଦକ୍ଷିଣ ଫ୍ରାନ୍ସରୁ ଚିହ୍ନଟ କରାଯାଇଥିବା କୋଭିଡ୍ ଭାଇରସ୍ ର ଆଇଏଚୟୁ ଭାରିଆଣ୍ଟ୍ ର ମାମଲା ସଂଖ୍ୟା ଏବେ ୧୨ ରହିଛି । ଏଥିରେ ୭ ଜଣ ବୟସ୍କ ଓ ୫ ଜଣ ପିଲା ରହିଛନ୍ତି । ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହାର ୪୬ ଥର ମ୍ୟୁଟେଣ୍ଟ୍ ରହିଛନ୍ତି । ଯାହାକି ଓମିକ୍ରନ ତୁଳନାରେ ଅଧିକ । ତେବେ ଯେଉଁ ପ୍ରଥମ ବ୍ୟକ୍ତି ଏହା ଦ୍ୱାରା ସଂକ୍ରମିତ ହୋଇଥିଲେ ତାଙ୍କର କେବଳ ସ୍ୱଳ୍ପ ଶ୍ୱସନଜନିତ ଲକ୍ଷଣ ଦେଖାଦେଇଥିଲା । ତେବେ ଏହା ଉପରେ ରିସର୍ଚ୍ଚ ଜାରି ରହିଛି ।

Get real time updates directly on you device, subscribe now.