fbpx

ଆଜି ଜିଲ୍ଲା ପରିଷଦ ଗଠନ ପାଇଁ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଗଠନ ପାଇଁ ହେବ ନିର୍ବାଚନ । ୮୫୨ ଜିଲ୍ଲା ପରିଷଦ ଜୋନରୁ ବିଜେଡି କବଜାରେ କେବଳ ରହିଛି ୭୬୬ଟି ଜୋନ୍ । ବିଜେଡି ଦଳ ୩୦ଟି ଜିଲ୍ଳା ପରିଷଦରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନିର୍ବାଚନରେ ସବୁ ଅଧ୍ୟକ୍ଷ ପଦ ବିଜେଡିକୁ ଯିବା ଏକ ପ୍ରକାର ସ୍ପଷ୍ଟ ବୋଲି ଅନୁମାନ କରାଯାଉଛି । ତେବେ ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

ସୂଚନାଯୋଗ୍ୟ, ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀମାନେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ୟ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦେଇ ପୁନର୍ବାର ଗ୍ରହଣ କରିବେ। ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ନାମାଙ୍କନପତ୍ର ଗୁଡ଼ିକର ଯାଞ୍ଚ କରାଯିବ। ଅପରାହ୍ନ ୧ଟା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଅପରାହ୍ନ ୧ଟା ୩୦ରୁ ୪ଟା ମଧ୍ୟରେ ଭୋଟ୍‌ ଗ୍ରହଣ କରାଯିବ ଓ ପରେପରେ ଗଣତି କରି ଫଳାଫଳ ପ୍ରକାଶ କରାଯିବ। ମାର୍ଚ୍ଚ ୨୩ରେ ବ୍ଲକ ଉପାଧ୍ୟକ୍ଷ ଏବଂ ମାର୍ଚ୍ଚ ୨୫ରେ ଜିଲ୍ଲା ପରିଷଦ ଉପସଭାପତି ପଦ ପାଇଁ ନିର୍ବାଚନ ହେବ।

 

Get real time updates directly on you device, subscribe now.