fbpx

ଆସନ୍ତା ୧୫ ତାରିଖରୁ ଲାଗୁ ହେବ ନୂଆ UPI ନିୟମ: ଏଣିକି Aadhaar-OTP ଦ୍ୱାରା କରିହେବ ଆକ୍ଟିଭ, Debit Cardର ଆବଶ୍ୟକ ହେବନି

ନୂଆଦିଲ୍ଲୀ: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ମାଧ୍ୟମରେ ଆପଣମାନେ ସହଜରେ ଅର୍ଥ ଟ୍ରାନ୍ସଫର କରିଥାନ୍ତି । ସେଥିପାଇଁ ମୋବାଇଲ ନମ୍ବର, ୟୁପିଆଇ ଆଡି ଆଦି ତଥ୍ୟ ଦେବାକୁ ପଡ଼ିଥାଏ । ତେବେ ଏଣିକି ୟୁପିଆଇ ସର୍ଭିସକୁ ଆକ୍ଟିଭେଟ କରିବା ସହଜ ହୋଇଯିବ । ଆସନ୍ତା ୧୫ ତାରିଖଠାରୁ ୟୁପିଆଇ ସର୍ଭିସକୁ ନେଇ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନୂଆ ନିୟମ ଲାଗୁ ହେବା ଫଳରେ ଏଣିକି ଆଉ ଡେବିଟ କାର୍ଡର ଆବଶ୍ୟକତା ପଡ଼ିବନି । ଆଧାର ଓ ଓଟିପି ଦ୍ୱାରା ୟୁପିଆଇ ସର୍ଭିସକୁ ଆକ୍ଟିଭେଟ କରିହେବ । ତେବେ ଏହି ବ୍ୟବସ୍ଥାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ କରିବା ଜରୁରୀ ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ପ୍ରଥମେ ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଫିଚର ଆରମ୍ଭ କରାଯାଇଥିଲା । ଏ ବାବଦରେ ଏନପିସିଆଇ ପକ୍ଷରୁ ଏକ ସର୍କୁଲାର ଜାରି କରାଯିବା ସହ ଗତବର୍ଷ ଡିସେମ୍ବର ୧୫ ତାରିଖ ସୁଦ୍ଧା ଏହାକୁ ପାଳନ କରିବାକୁ ବ୍ୟାଙ୍କମାନଙ୍କୁ କୁହାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ସମୟସୀମା ୨୦୨୨ ମସିହା ମାର୍ଚ୍ଚ ୧୫ ତାରିଖକୁ ବୃଦ୍ଧି କରାଯାଇଥିଲା ।

Get real time updates directly on you device, subscribe now.