fbpx
BJD SKY
BJD SKY

ଅଧିକ କଦଳୀ ଖାଉଥିଲେ ସାବଧାନ୍! ଦେଖାଦେଇପାରେ ଏହି ୫ ସାଇଡ୍ ଇଫେକ୍ଟ

BJD

କଦଳୀ ଏପରି ଏକ ଫଳ, ଯାହା ଖାଇବାରେ ସ୍ୱାଦିଷ୍ଟ ହେବା ସହ ମିଠା ଲାଗିଥାଏ । ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କଦଳୀକୁ ବହୁତ ପସନ୍ଦ କରନ୍ତି । ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଅସୁବିଧା ମଧ୍ୟ ହୋଇପାରେ । ସେଥିପାଇଁ ଆପଣଙ୍କୁ କଦଳୀ ଖାଇବା ପାଇଁ ଏକ ଲିମିଟ୍ ସ୍ଥିର କରିବାକୁ ପଡିବ । ଆପଣ ଗୋଟିଏ ଦିନରେ ଆରାମରେ ୧-୨ ଟି କଦଳୀ ଖାଇପାରିବେ, ଏଥିରେ କୌଣସି ଅସୁବିଧା ହେବ ନାହିଁ । ଯଦି ଆପଣ ବହୁତ ବ୍ୟାୟାମ କରନ୍ତି, ତେବେ ଆପଣ ଦିନକୁ ୩-୪ ଟି କଦଳୀ ଖାଇପାରିବେ । କିନ୍ତୁ ଏହାଠାରୁ ଅଧିକ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ଅଧିକ କଦଳୀ ଖାଇବାର ଅସୁବିଧା କ’ଣ…

ମୋଟାପଣ:-
ଅଧିକ କଦଳୀ ଖାଇବା ଦ୍ୱାରା ଆପଣ ମୋଟା ହୋଇପାରନ୍ତି । କଦଳୀରେ ଫାଇବର ଏବଂ ନେଚୁରାଲ ସୁଗାର ଥାଏ । ଯଦି ଆପଣ ଏହାକୁ କ୍ଷୀର ସହିତ ଖାଆନ୍ତି, ତେବେ ଓଜନ ଅଧିକ ବଢ଼ିଯାଏ ।

ପେଟରେ ଯନ୍ତ୍ରଣା ଏବଂ ଏସିଡିଟି:-
ଖାଲି ପେଟ କଦଳୀ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଏବଂ ଗ୍ୟାସ ସମସ୍ୟା ମଧ୍ୟ ହୋଇପାରେ । କଦଳୀରେ ଷ୍ଟାର୍ଚ ଥାଏ, ତେଣୁ ଏହାକୁ ହଜମ କରିବାକୁ ସମୟ ଲାଗେ । ଯେଉଁଥିପାଇଁ ପେଟରେ ଯନ୍ତ୍ରଣା ହେବାର ଅଭିଯୋଗ ଆସିଥାଏ । ଅନେକ ଲୋକ ଏହି କାରଣରୁ ବାନ୍ତି ମଧ୍ୟ କରନ୍ତି ।

କୋଷ୍ଠକାଠିନ୍ୟ ସମସ୍ୟା:-
ପାଚିଲା କଦଳୀ ଖାଇବା ଦ୍ୱାରା ପେଟ ସଫା ହୋଇଯାଏ । କିନ୍ତୁ କଦଳୀ ଯଦି ଟିକେ କଞ୍ଚା ରୁହେ, ତେବେ ଏହା କୋଷ୍ଠକାଠିନ୍ୟର କାରଣ ହୋଇପାରେ । କଦଳୀ ଖାଇବା ଦ୍ୱାରା ଝାଡ଼ା ଟାଇଟ୍ ହୋଇଯାଏ । ତେଣୁ କଞ୍ଚା କଦଳୀ ଖାଆନ୍ତୁ ନାହିଁ ଏବଂ ପାଚିଲା କଦଳୀକୁ ଏକ ଲିମିଟ ମଧ୍ୟରେ ଖାଆନ୍ତୁ ।

ସୁଗାର ଲେବଲ୍ ବୃଦ୍ଧି :-
ଯେଉଁମନେଙ୍କର ଟାଇବେଟିସ୍ ରହିଛି, ସେମାନଙ୍କ ପାଇଁ କଦଳୀ ଖାଇବା କ୍ଷତିକାରକ ହୋଇପାରେ । କଦଳୀରେ ନେଚୁରାଲ ସୁଗାର ରହିଥାଏ, ଯେଉଁଥିରେ ସୁଗାର ଲେବଲ ବଢ଼ିପାରେ । ଏଥିପାଇଁ ଅଧିକ ସୁଗାର ଥିବା ଲୋକଙ୍କୁ କଦଳୀ କମ୍ ଖାଇବା ଉଚିତ୍ ।

ଦାନ୍ତ ସମସ୍ୟା ଏବଂ ମାଇଗ୍ରେନ୍:-
ଯଦି ଆପଣ ବହୁ ପରିମାଣରେ କଦଳୀ ଖାଆନ୍ତି, ତେବେ ଦାନ୍ତ ନଷ୍ଟ ହୋଇପାରେ । କଦଳୀରେ ଆମିନୋ ଏସିଡ୍ ଟାଇରୋସିନ୍ ଥାଏ, ଯାହା ଶରୀରରେ ଟାଇରାମିନରେ ପରିଣତ ହୁଏ । ଏହା ଏକ ମାଇଗ୍ରେନକୁ ଟ୍ରିଗର କରିପାରେ । ଆଜ୍ମା ରୋଗୀମାନେ ମଧ୍ୟ ଲିମିଟରେ କଦଳୀ ଖାଇବା ଉଚିତ୍ । ଅନେକ ଲୋକଙ୍କୁ କଦଳୀ ଖାଇବାରୁ ଫୁଲିବା ଏବଂ ଅନ୍ୟାନ୍ୟ ଆଲର୍ଜି ହୋଇପାରେ ।

Get real time updates directly on you device, subscribe now.