ZIM vs NZ: ଟେଷ୍ଟ ସିରିଜ ପୂର୍ବରୁ ବଡ଼ ପରିବର୍ତ୍ତନ, ଆହତ ଖେଳାଳିଙ୍କ ସ୍ଥାନରେ ଜଣେ ଅଲରାଉଣ୍ଡରଙ୍କ ଏଣ୍ଟ୍ରି

୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳରେ ଜଣେ ଶକ୍ତିଶାଳୀ ଅଲରାଉଣ୍ଡରଙ୍କ ଏଣ୍ଟ୍ରି ହୋଇଛି । ଜାଣନ୍ତୁ କିଏ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ରହିଥିବା ବେଳେ ଟି-୨୦ ଟ୍ରାଇ ସିରିଜ ଖେଳୁଛି । ଟି-୨୦ ଚ୍ରାଇ-ସିରିଜର ଫାଇନାଲ୍ ୨୬ ଜୁଲାଇରେ ହରାରେ ଖେଳାଯିବ, ଯେଉଁଥିରେ ନ୍ୟୁଜିଲାଣ୍ଡ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଟି 20 ଟ୍ରାଇସିରିଜ ମ୍ୟାଚ ଜୁଲାଇ 26 ତାରିଖରେ ହରାରେରେ ଖେଳାଯିବ ।

ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ସାଉଥ ଆଫ୍ରିକାର ସାମ୍ନା କରିବ । ଏହାପରେ ନ୍ୟୁଜିଲାଣ୍ଡ ଦଳ ଘରୋଇ ଜିମ୍ବାୱେ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଯାହା ୩୦ ଜୁଲାଇରୁ ଆରମ୍ଭ ହେବ । ଏହି ଟେଷ୍ଟ ସିରିଜ୍ ପୂର୍ବରୁ, ନ୍ୟୁଜିଲାଣ୍ଡ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି ।

ଅଲରାଉଣ୍ଡର ମାଇକେଲ ବ୍ରେସୱେଲ ନ୍ୟୁଜିଲାଣ୍ଡ ଦଳରେ ଏଣ୍ଟ୍ରି କରିଛନ୍ତି । ଜିମ୍ବାୱେ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ଆହତ ଗ୍ଲେନ ଫିଲିପ୍ସଙ୍କ ସ୍ଥାନ ନେବେ ବ୍ରେସୱେଲ । ଦୁଇ ଟେଷ୍ଟ ସିରିଜ୍ ସମୟରେ ଦି ହଣ୍ଡରେଡରେ ଖେଳିବାକୁ ଥିବାରୁ ବ୍ରେସୱେଲଙ୍କୁ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମରେ ସାମିଲ କରାଯାଇ ନଥିଲା।

ମାଇକେଲ ବ୍ରେସୱେଲ ମଜଭୁତ ବିକଳ୍ପ-  ବ୍ଲାକକ୍ୟାପ୍ସର ମୁଖ୍ୟ ପ୍ରଶିକ୍ଷକ ରବ ୱାଲ୍ଟର କହିଛନ୍ତି ଯେ ବ୍ରେସୱେଲ୍ ଫିଲିପ୍ସଙ୍କ ପାଇଁ ଜଣେ ଦୃଢ଼ ବିକଳ୍ପ । ୱାଲ୍ଟର କହିଛନ୍ତି ଯେ ଗ୍ଲେନଙ୍କ ଆଘାତ ଟେଷ୍ଟ ଦଳରେ ଏକ ଖାଲି ସ୍ଥାନ ଛାଡିଛି ଏବଂ ମାଇକେଲ୍ ତାଙ୍କର ନିକଟତମ ବିକଳ୍ପ । ମାଇକେଲଙ୍କ ଅଭିଜ୍ଞତା ଏବଂ ଦକ୍ଷତା ପୂର୍ବ ପରି ଦଳରେ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିବ ।

ସେ ଆହୁରି କହିଛନ୍ତି ଯେ ସେ ଏଠାରେ ଟି-୨୦ ଦଳ ସହିତ ଅଛନ୍ତି ଏବଂ ପ୍ରଥମ ଟେଷ୍ଟ ପାଇଁ ତାଙ୍କର ଉପଲବ୍ଧତା ସୁନିଶ୍ଚିତ, ତେଣୁ ଆମେ ତାଙ୍କୁ ଦଳରେ ସାମିଲ କରୁଛୁ । ଆମେ ପ୍ରଥମ ଟେଷ୍ଟ ସହିତ ମୁକାବିଲା କରିବୁ ଏବଂ ତା’ପରେ ଆମେ ନିଷ୍ପତ୍ତି ନେବୁ ଯେ ତାଙ୍କୁ ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ସାମିଲ କରାଯିବ କି ନାହିଁ । ଉଲ୍ଲେଖନୀୟ ଯେ ମାଇକେଲ୍ ବ୍ରେସୱେଲ୍ ପ୍ରଥମ ଟେଷ୍ଟ ପରେ ଜିମ୍ବାୱେ ଛାଡି ଇଂଲଣ୍ଡ ଯିବେ ।