fbpx

Video: ବାଇକରୁ ଓହ୍ଲାଇ ଏପରି କାରନାମା କଲେ ଜୋମାଟୋ ବୟ, ଯାହାକୁ ଦେଖି ଘୂରିଲା ଲୋକଙ୍କ ମୁଣ୍ଡ

କାମ ସମୟରେ ନିଜର ମନୋରଞ୍ଜନ ଓ ଆଶ୍ଚର୍ଯ୍ୟକର ବ୍ୟବହାର କାରଣରୁ ଜୋମାଟୋ ଡେଲିଭରୀ ଏଜେଣ୍ଟଙ୍କ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ବିଶେଷକରି ସେମାନେ ଅନେକ ଲୋକଙ୍କ ପାଇଁ ତ୍ରାଣକର୍ତ୍ତା ହୋଇପାରିଛନ୍ତି , କାରଣ ଜୋମାଟୋ ଡେଲିଭରି ବୟମାନେ ଅନଲାଇନ୍ ରେଷ୍ଟୁରାଣ୍ଟରୁ ଅର୍ଡର କରିବା ପରେ ଆମ ଖାଦ୍ୟ ବିତରଣ କରିବା ପାଇଁ ଦିନରାତି କାମ କରୁଛନ୍ତି । ନିକଟରେ ଜୋମାଟୋ ଡେଲିଭରୀ ଏଜେଣ୍ଟଙ୍କ ଡ୍ୟାନ୍ସ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଜୋମାଟୋର ଟି-ସାର୍ଟ ପିନ୍ଧି ରାସ୍ତା ଉପରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

୩୯ ସେକେଣ୍ଡର ଏହି ଭିଡିଓରେ ଡେଲିଭରୀ ଏଜେଣ୍ଟ ରାସ୍ତା କଡ଼ରେ ବାଇକ୍ ପାର୍କ କରିଥିଲେ ଓ ଆକଗୁ ଆସି ଡ୍ୟାନ୍ସ କରିଥିଲେ । ସେ କ୍ୟାମେରା ଆଗକୁ ଅନାଇ ସାଉଥ ଇଣ୍ଡିଆନ୍ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ । କିଛି ଫାଷ୍ଟ ଓ ଭଲ ଷ୍ଟେପ୍ କରି ସେ ଗୀତ ସହ ଡ୍ୟାନ୍ସ ସହ ତାଳମେଳ ମିଶାଇଥିଲେ । ଡେଲିଭରୀ ବୟଙ୍କ ଏପରି ଡ୍ୟାନ୍ସ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହ ମଜାଦାର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

ଏହି ଭିଡିଓକୁ @Mr_LoLwa ନାମକ ଜଣେ ଟ୍ୱିଟର ୟୁଜର୍ସ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ୧୮ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୭୦୦ରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ତେବେ ଆସନ୍ତୁ ଦେଖିବା ଏହାର ଭିଡିଓ…

Get real time updates directly on you device, subscribe now.