fbpx
BJD SKY
BJD SKY

କିଏ ଏହି ରାମାନୁଜାଚାର୍ଯ୍ୟ, ଯାହାଙ୍କ ୨୧୬ ଫୁଟ୍ ଉଚ୍ଚ ପ୍ରତୀମାର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ଫସଲ ଅନୁସନ୍ଧାନ ସଂସ୍ଥାନ(ICRISAT)ର ୫୦ତମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସମାରୋହର ଉଦଘାଟନ ପାଇଁ ହାଇଦ୍ରାବାଦ ଯିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ୨୧୬ ଫୁଟ ଉଚ୍ଚର ‘ଷ୍ଟାଚ୍ୟୁ ଅଫ ଇକ୍ଵାଲିଟି’ର ଉନ୍ମୋଚନ କରିବେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ୨୧୬ ଫୁଟ୍ ଉଚ୍ଚ ଷ୍ଟାଚ୍ୟୁ ଅଫ ଇକ୍ଵାଲିଟି ୧୧ମ ଶତାବ୍ଦୀର ଭକ୍ତି ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୁତିରେ ନିର୍ମାଣ କରାଯାଇଛି। ରାମାନୁଜ ତାଙ୍କ ଜୀବନରେ ସମାଜରେ ସମାନତାର ବିଚାରକୁ ଆଗକୁ ବଢାଇଥିଲେ। ଏହି ମୂର୍ତ୍ତି ପଞ୍ଚଲୋହାରେ ନିର୍ମିତ ହୋଇଛି। ପାଞ୍ଚ ଧାତୁ ସୁନା, ରୂପା, ତମ୍ବା, ପିତଳ ଏବଂ ଜିଙ୍କର ମିଶ୍ରଣରେ ପଞ୍ଚଲୋହା ତିଆରି କରାଯାଇଛି। ପ୍ରତୀମାର ଉଦଘାଟନ ୧୨ ଦିନିଆ ଶ୍ରୀରାମାନୁଜ ସହସ୍ରବ୍ଦୀ ସମାରୋହର ଏକ ଅଂଶ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଆଇସିଆରଆଇଏସଏଟିର ୫୦ତମ ବର୍ଷ ପୂର୍ତ୍ତି ସମାରୋହର ଶୁଭାରମ୍ଭ କରିବେ। ଏଥିସହ ଜଳବାୟୁ ପରିବର୍ତ୍ତନ ଅନୁସନ୍ଧାନ ସୁବିଧା ଏବଂ ICRISATର ରାପିଡ୍ ଜେନେରେସନ ଆଡଭାନ୍ସ ସୁବିଧାର ଉଦଘାଟନ କରିବେ। ଏହି ଦୁଇଟି ସୁବିଧା ଏସିଆ ଏବଂ ଉପ ସାହାରା ଆଫ୍ରିକାର କ୍ଷୁଦ୍ର ଚାଷୀଙ୍କୁ ସମର୍ପିତ। ଏହି ଅବସରରେ ଏକ ସ୍ମାରକ ଡାକ ଟିକେଟ୍ ମଧ୍ୟ ଜାରି କରାଯିବ।

କିଏ ଏହି ରାମାନୁଜ

୧୦୧୭ ଖ୍ରୀଷ୍ଟାବ୍ଦରେ ତାମିଲନାଡୁର ଶ୍ରୀପେରମ୍ବଦୂରରେ ଜନ୍ମିତ ରାମାନୁଜାଚାର୍ଯ୍ୟ ଏକ ବୈଦିକ ଦାର୍ଶନିକ ଏବଂ ସମାଜ ସୁଧାରକ ଭାବେ ପ୍ରସିଦ୍ଧ। ସେ ସମାଜକୁ ସମାନତା ଏବଂ ସାମାଜିକ ନ୍ୟାୟର ବାର୍ତ୍ତା ନେଇ ପୂରା ଭାରତ ଯାତ୍ରା କରିଥିଲେ। ରାମାନୁଜ ଭକ୍ତି ଆନ୍ଦୋଳନକୁ ପୁନର୍ଜିବିତ କରିଥିଲେ। ସେ ନିଜର ଉପଦେଶରେ ଅନ୍ୟ ଭକ୍ତି ବିଚାରଧାରାକୁ ପ୍ରେରିତ କରିଥିଲେ। ସେ ଅନ୍ନାମାଚାର‌୍ୟ୍ୟ, ଭକ୍ତ ରାମଦାସ, ତ୍ୟାଗରାଜ, କବିର ଏବଂ ମୀରାବାଇଙ୍କ ପରି କବିଙ୍କ ପାଇଁ ପ୍ରେରଣା ଥିଲେ। ସେ ପ୍ରକୃତିର ସମ୍ବଳ ଯେପରି ପବନ, ପାଣି ଏବଂ ମାଟିର ସଂରକ୍ଷଣ ପାଇଁ ଦୁନିଆକୁ ଆହ୍ଵାନ ଦେଇଥିଲେ। ସେ ନବରତ୍ନ ନାମରେ ପରିଚିତ ନଅ ଶାସ୍ତ୍ର ରଚନ କରିଥିଲେ। ଏଥିସହ ବୈଦିକ ଶାସ୍ତ୍ର ଉପରେ ଅନେକ ଟିପ୍ପଣୀ ରଚନା କରିଛନ୍ତି।

Get real time updates directly on you device, subscribe now.