‘କେବଳ ମୋତେ ଦେଖିବା ପାଇଁ ୧୧,୬୦୦ କିମି ପାରି କରି ଆସିଲେ ମୋ ବାପା’, ଦେଖନ୍ତୁ ବାପା-ଝିଅଙ୍କ ଏହି ଇମୋସନାଲ ଭିଡିଓ

ଭାରତରୁ କାନାଡ଼ା କେବଳ ଗୋଟିଏ ହଗ୍ ପାଇଁ ବାପା ତାଙ୍କ ଝିଅକୁ ଦେଖିବା ପାଇଁ ଆସିଲେ, ଦେଖନ୍ତୁ ଇମୋସନାଲ ଭିଡିଓ

ନୂଆଦିଲ୍ଲୀ: ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଭାବପ୍ରବଣ ହୋଇ କାନ୍ଦି ପକାଇବେ। ଏହି ଭିଡିଓଟି ବାପା-ଝିଅଙ୍କର।

ନିଜ ଝିଅକୁ ହଗ୍ ଦେବା ଲାଗି ତାଙ୍କ ବାପା ୧୧,୬୦୦ କିମି ଯାତ୍ରା କରିଛନ୍ତି। ବାପ ଜଣକ ଭାରତରୁ କାନାଡ଼ା ଗସ୍ତ କରିଛନ୍ତି କେବଳ ତାଙ୍କ ଝିଅକୁ ମିସ୍ କରୁଥିଲେ ବୋଲି।

ଭିଡିଓରେ ଦେଖିବାକୁ ମିଳିଛି ଯେ, କାନାଡ଼ାରେ ଜଣେ ଝିଅ ନିଜ ରୋଷେଇ ଘରେ ରୋଷେଇ କରୁଛନ୍ତି। କିଏ ଜଣେ ଘରକୁ ଆସୁଛନ୍ତି। ରୋଷେଇ କରୁଥିବା ଝିଅଟି ଗୋଟିଏ ପର୍ରେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି।

 

View this post on Instagram

 

A post shared by Anjana Varadan (@anjana_varadan)

ଆଖିରେ ଲୁହ, ମୁହଁରେ ହସ ଏବଂ ହୃଦୟରେ କୋହ.. ଏହା ସେହି ମୁହୂର୍ତ୍ତର ସବୁଠୁ ଆକର୍ଷଣୀୟ କ୍ଲିପ୍‌। ବାପାଙ୍କୁ ତାଙ୍କ ଝିଅ ଆସି ଖୁବ ଜୋରରେ ହଗ୍ ଦେଇଥିଲେ। ଏହାପରେ ତାଙ୍କ ଛୋଟ ଝିଅ ମଧ୍ୟ ସେଇଠାରେ ଥିଲା। ଏହାପରେ ବାପା ତାଙ୍କ ନାତୁଣୀଙ୍କୁ ଧରିଥିଲେ।

ଏହି ଭିଡିଓକୁ ଝିଅଟି ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ, ମୋ ବାପା କେବଳ ମୋତେ ଏବଂ ମୋ ଝିଅକୁ ହଗ୍ ଦେବା ଲାଗି ଭାରତରୁ କାନାଡ଼ା ପର୍ଯ୍ୟନ୍ତ ଆସିଥିଲେ। ମୋ ଖୁସିର ସୀମା ପାର କରିଥିଲା। ମୁଁ ତାକୁ ଶବ୍ଦରେ ପ୍ରକାଶ କରିପାରିବିନି। ଏହି ଭିଡିଓଟି ଖୁବ ଇମୋସନାଲ ଭିଡିଓ।