ଗାଁ ସାରା ସାଲୁବାଲୁ ଟିଙ୍କ, ଟିଙ୍କ ଆତଙ୍କ ପାଇଁ ଲୋକେ ହନ୍ତସନ୍ତ

ଅନୁଗୁଳ: ଗାଁରେ କମିବାର ନାଁ ନେଉନାହିଁ ଟିଙ୍କ ଆତଙ୍କ। ଯେତେ ଔଷଧ ସିଞ୍ଚନ କଲେ ମଧ୍ୟ ତାହା କମିବା ବଦଳରେ ଦ୍ବିଗୁଣିତ ହୋଇଯାଉଛି। ଏହି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ପାଳଲହଡା ଅନ୍ତର୍ଗତ ଶ୍ରୀରାମପୁର ଗାଁରେ।

ଗାଈଗୋରୁ କିମ୍ବା ଅନ୍ୟ ପଶୁଙ୍କ ଦେହରେ ଟିଙ୍କ ଲାଗିବା ଆପଣ ଦେଖିଥିବେ। କିନ୍ତୁ ଅନୁଗୁଳ ଜିଲ୍ଲା ପାଳଲହଡାରେ 6 ଦିନ ହେଲାଣି ଗାଁରେ ଲୋକଙ୍କୁ କଲବଲ କଲେଣି ଏହି ଟିଙ୍କ। ରାସ୍ତାଘାଟ, ଘର ଦ୍ୱାର ଯେଉଁଠି ଦେଖିବେ ପୁଳା ପୁଳା ଟିଙ୍କ ଚାଲୁଛନ୍ତି।

ଏହାକୁ ନିପାତ କରିବା ପାଇଁ ଯେତେବେଳେ ଔଷଧ ସିଞ୍ଚନ କରାଯାଉଛି ସେତେବେଳେ କମିବା ବଦଳରେ ଟିଙ୍କ ଦ୍ବିଗୁଣିତ ହୋଇଯାଉଛନ୍ତି।
ଯାହାକୁ ନେଇ ଗ୍ରାମବାସୀ ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି।