fbpx

ଜର୍ମାନୀ ବିପକ୍ଷ ପ୍ରୋ ଲିଗ୍‌ ହକି ପ୍ରଥମ ମ୍ୟାଚ୍‌, ଭାରତ ୩-୦ରେ ବିଜୟୀ

AAKASH

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଜର୍ମାନୀକୁ ୩-୦ ଗୋଲ୍‌ରେ ପରାସ୍ତ କରି ଭାରତ ଚଳିତ ଏଫଆଇଏଚ୍‌ ପ୍ରୋ ଲିଗ୍‌ ହକି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି । ଗୁରୁବାର ଦିନ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ପ୍ରୋ ଲିଗ୍‌ ହକି ପ୍ରଥମ ମ୍ୟାଚ୍‌ରେ ଭାରତ ଦମଦାର ପ୍ରଦର୍ଶନ ସହିତ ଜର୍ମାନୀକୁ ଧରାସାୟୀ କରିଛି । ସଂଖ୍ୟାଧିକ ଯୁବ ଖେଳାଳିଙ୍କୁ ନେଇ ଗଠିତ ଜର୍ମାନୀ ଦଳ ଭାରତର ଅଭିଜ୍ଞ ଖେଳାଳିଙ୍କୁ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

ଭାରତ ପକ୍ଷରୁ ହରମନ୍‌ ପ୍ରୀତ ସିଂ ମ୍ୟାଚ୍‌ର ୧୮ ତମ ମିନିଟ୍‌ ବେଳେ ପ୍ରଥମ ପେନାଲ୍‌ଟି କର୍ଣ୍ଣର ସୁଯୋଗକୁ ଗୋଲରେ ପରିଣତ କରିବା ପରେ ପୁଣି ୨୭ ତମ ମିନିଟ୍‌ ବେଳେ ହରମନ ପ୍ରୀତ୍‌ ଭାରତ ପାଇଁ ଦ୍ୱିତୀୟ ପେନାଲ୍‌ଟି କୋର୍ଣ୍ଣର ଗୋଲ ସ୍କୋର କରିଥିଲେ । ସେହିରି ଭାରତୀୟ ଦଳର ଅଭିଷେକ ୪୫ ତମ ମିନିଟ୍‌ ବେଳେ ଆଉ ଏକ ପେନାଲ୍ଟି କର୍ଣ୍ଣର ଗୋଲକୁ ସଫଳ କରାଇବା ସହ ଭାରତକୁ ୩-୦ରେ ବିଜୟୀ କରାଇଥିଲେ । ଜର୍ମାନୀ ଦଳ ୯ ମ୍ୟାଚ୍‌ ଖେଳି ୧୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତ ୧୧ ମ୍ୟାଚ୍‌ରୁ ୨୪ ପଏଣ୍ଟ ହାସଲ କରି ପ୍ରୋ ଲିଗ୍‌ରେ ନିଜର ଶ୍ରେଷ୍ଠସ୍ଥାନ ବଜାୟ ରଖି ପାରିଛି ।

Get real time updates directly on you device, subscribe now.