fbpx
BSKY
BJD YOUTH SKY
BJD MS SKY

ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱ ଏବେ ବିପଦରେ, ୧୮୬ଟି ଦେଶର ଅର୍ଥନୀତି ତଳକୁ ଖସୁଛି: IMF

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱକୁ ଏକପ୍ରକାର ଦେବାଳିଆ କରିଦେଇଛି । ଏହି ଯୁଦ୍ଧର କୁପରିଣାମ ସ୍ୱରୂପ ୧୮୬ଟି ଦେଶର ଅର୍ଥନୀତି ଏବେ ବିପଦରେ । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ବିଶ୍ୱର ପ୍ରାୟତଃ ସମସ୍ତ ଦେଶର ଆର୍ଥିକ ସ୍ଥିତି ବହୁମାତ୍ରାରେ ହ୍ରାସ ଘଟିଛି । ଏହାଫଳରେ ବିଶ୍ୱରେ ଶକ୍ତି, ବାଣିଜ୍ୟ, ବ୍ୟବସାୟ, ରପ୍ତାନୀ ଓ ଆମଦାନୀ ବିଶେଷ ଭାବେ ପ୍ରଭାବିତ ହୋଇଛି । ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ ଏଭଳି ଭୟଙ୍କର ସୂଚନା ଦିଆଯାଇଛି ।

ଏନେଇ ଆଇଏମଏଫ ମ୍ୟାନେଜିଂ ଡାଇରେକ୍ଟର କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି ଯେ, ଗତ ୨୦୨୦ରେ କୋଭିଡ-୧୯ ମହାମାରୀ କାରଣରୁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ଦୂରାବସ୍ଥା କ୍ରମଶଃ ମଜବୁତ ହେଉଛି । ବିଶ୍ୱରେ ବର୍ତ୍ତମାନ ପଶ୍ଚିମୀ ଦେଶମାନେ ରୁଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ଅନ୍ୟପଟେ ଚୀନ ପରି କିଛି ରାଷ୍ଟ୍ର ରୁଷକୁ ସମର୍ଥନର ହାତ ବଢ଼ାଇଛନ୍ତି । ଯୁଦ୍ଧ ପାଇଁ ସମଗ୍ର ବିଶ୍ୱର ଅର୍ଥନୀତି ବ୍ୟାହତ ହୋଇଛି ଏହା ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ ।

ଭାରତକୁ ନେଇ ଆଇଏମଏଫ ପକ୍ଷରୁ କୁହାଯାଇଛି ଯେ, ଭାରତ ସରକାର ଖାଦ୍ୟ ଯୋଜନା ମାଧ୍ୟମରେ ଗରିବୀକୁ ବହୁମାତ୍ରାରେ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି । ୟୁକ୍ରେନ-ରୁଷିଆ ରୁଦ୍ଧ ପାଇଁ ଅଧିକାଂଶ ଦେଶର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଫଳରେ ବିଭିନ୍ନ ଦେଶରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି ।

Get real time updates directly on you device, subscribe now.