fbpx

ରାଜଧାନୀର ସ୍କୁଲରେ ପଶିଲା କରୋନା: ସରକାର ଜାରି କଲେ ନୂଆ ଗାଇଡଲାଇନ୍

AAKASH

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ନୋଏଡ଼ା, ଗାଜିଆବାଦର ସ୍କୁଲରେ ଛାତ୍ରଛାତ୍ରମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ଏବେ ଦିଲ୍ଲୀର ସ୍କୁଲରେ କରୋନା ମହାମାରୀ ଏଣ୍ଟ୍ରି ମାରିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ।

ତେବେ ଦିଲ୍ଳୀର ଏକ ଘରୋଇ ସ୍କୁଲରେ ଜଣେ ଛାତ୍ରଙ୍କ ସହିତ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ସ୍କୁଲର ସମସ୍ତ ଛାତ୍ରଙ୍କୁ ଛୁଟି ଦିଆଯାଇଛି । ଦିଲ୍ଲୀ ସରକାର ମାମଲା ଉପରେ କଡ଼ା ନଜର ରଖିଥିବା ବେଳେ ସ୍କୁଲ ପ୍ରଶାସନ ମଧ୍ୟ ଏନେଇ ସଜାଗ ରହିଛି ।

ଦିଲ୍ଲୀରେ କରୋନାର ବଢ଼ୁଥିବା ମାମଲାକୁ ଦେଖି ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲଗୁଡ଼ିକ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଦିଲ୍ଲୀ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ, ସ୍କୁଲରେ କୋଭିଡ ନିୟମଗୁଡ଼ିକ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଏହା ସହ ନୂଆ ମାମଲା ଚିହ୍ନଟ ହେବା ପରେ ସ୍କୁଲକୁ କିଛିଦିନ ପାଇଁ ବନ୍ଦ କରାଯାଇଛି । ତେବେ ଦିଲ୍ଲୀରେ ପଜିଟିଭ ରେଟ୍ ୨.୪୮ ପ୍ରତିଶତ ହୋଇଛି ।

Get real time updates directly on you device, subscribe now.