fbpx
BJD SKY
BJD SKY

ଦୁର୍ଘଟଣା: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ମାମୁଁ ପୁଅ ଭାଇଙ୍କ ମୃତ୍ୟୁ

BJD

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ଜଣେ ଅତି ନିକଟ ସମ୍ପର୍କୀୟ ପ୍ରାଣ ହରାଇଛନ୍ତି । ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ରୈନାଙ୍କ ମାମୁଁ ପୁଅଙ୍କ ମୃତ୍ୟୁ ଘଟିଛି । ଉକ୍ତ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିବାବେଳେ ସେଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଅଭିଯୁକ୍ତ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିଲେ । ପରେ ତାଙ୍କୁ କାଙ୍ଗଡ଼ା ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ଖବର ମୁତାବକ, କାଙ୍ଗଡ଼ାର ଗଗଲରେ ହିମାଚଳ ଟିମ୍ବର ନିକଟରେ ଏକ ଅଜ୍ଞାତ ଗାଡ଼ି ଦ୍ରୁତ ଗତିରେ ଦାୟିତ୍ୱହୀନତା ଭାବେ ଏକ ସ୍କୁଟରକୁ ଧକ୍କା ଦେଇଥିଲା । ଏହ ଘଟଣା ଘଟାଇ ଅଭିଯୁକ୍ତ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହି ଦୁର୍ଘଟଣାରେ ସ୍କୁଟର ଚାଳକ ଗଗଲ ବାସିନ୍ଦା ସୌରଭ କୁମାର (୨୭) ଓ କୁଠମନ ନିବାସୀ ଶୁଭମ (୧୯)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଗଗଲ ଅଞ୍ଚଳରେ ରୈନାଙ୍କର ମାମୁଁ ଘର । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ପୋଲିସ ମଣ୍ଡି ଜିଲ୍ଲାରୁ ଗିରଫ କରିଥିଲା ।

Get real time updates directly on you device, subscribe now.