fbpx
BSKY
BJD SHG SKY
BJD YOUTH SKY

ବଢିଲା ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ; ଡିସଚାର୍ଜ ପିଟିସନକୁ ଖାରଜ କଲେ କୋର୍ଟ

କଟକ: ବର୍ତ୍ତମାନ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି । ତାଙ୍କ ନାଁରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ ହୋଇଛି । ଏହି ମାମଲା ବର୍ଷାଙ୍କ ପକ୍ଷରୁ ପୁରୀଘାଟ ଥାନାରେ ହୋଇଥିଲା । ଏହି ଘରୋଇ ହିଂସା ମାମଲା କୋର୍ଟରେ ବିଚାରଧୀନ ଥିଲା ।

ଅନ୍ୟପଟେ କିଛି ଦିନ ତଳେ ଅନୁଭବ ମହାନ୍ତି ବିଜେଡି ଚାଡି ବିଜେପିରେ ଯୋଗ ଦେଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଦଳ ତାଙ୍କୁ ଟିକେଟ ପ୍ରଦାନ କରିନାହିଁ, ଯାହାକି ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେ ଟିକେଟ ନ ମିଳିବା ନେଇ ଚିନ୍ତାରେ ଥିବା ବେଳେ ବର୍ତ୍ତମାନ କୋର୍ଟ ତାଙ୍କୁ ଆଉ ଏକ ଝଟକା ଦେଇଛି । ଅନ୍ୟ ପକ୍ଷରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ବଡ଼ଚଣାରୁ ଟିକେଟ ଦେଇ ସରପ୍ରାଇଜ୍ ଦେଇଛି । ଏହି ଟିକେଟ ଦେବାର ମାତ୍ର ୨ ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ ।

Get real time updates directly on you device, subscribe now.