ବର୍ଷାରେ ବେହାଲ ହେଲା କୋଲକାତା । ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି..

ସ୍କୁଲ, କଲେଜ ଛୁଟି ଘୋଷଣା କଲେ ରାଜ୍ୟ ସରକାର.. ଆହୁରି କାଚିବ ଦୁଇଦିନ..

କୋଲକାତା: ଲଗାଣ ବର୍ଷାରେ ବେହାଲ କୋଲକାତା ସହରା ବିଦ୍ୟୁତ ତାର ଛିଣ୍ଡି ଗତକାଲି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି । ଏନେଇ ପ୍ରଶାସନ ଚିନ୍ତା ବ୍ୟକ୍ତ କରିଛିା ରାସ୍ତା ଉପରେ ଆଣ୍ଠୁଏ ପାଣି ଯାଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛିା

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ କଲେଜକୁ ଆସନ୍ତା ଦୁଇ ଦିନ ପାଇଁ ବନ୍ଦ କରାଯାଇଛିା ସମସ୍ତଙ୍କୁ ଘରେ ରହିବା ପାଇଁ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । ଲଘୁଚାପ ପ୍ରଭାବରେ ପଶ୍ଚିମବଙ୍ଗ ସମେତ ଆଖପାଖ ରାଜ୍ୟ ଯେପରିକି ଓଡିଶା, ବିହାର ଓ ଝାଡଖଣ୍ଡରେ ମଧ୍ୟ ଲଗାଣ ବର୍ଷା ଚାଲିଛିା

ପୂର୍ବ ଭାରତର ଅନେକ ରାଜ୍ୟରେ ମୁଷଳ ଧାରାରେ ବର୍ଷା ହେଉଛି। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ରାସ୍ତାଠାରୁ ରେଳପଥ ପର୍ଯ୍ୟନ୍ତ ସବୁକିଛି ପାଣିରେ ବୁଡ଼ି ରହିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ଦୁଇଦିନ ଯାଏଁ କୋଲକାତାରେ ପ୍ରବଳରୁ ଅତି ପ୍ରବଳ ବର୍ଷାଲାଗିରହିବ। ଏହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରିଛନ୍ତି। ଅତ୍ୟଧିକ ବର୍ଷରେ ତାର ଛିଣ୍ଡି ଦଶ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସାରାରାତି ଲଗାଣ ବର୍ଷା ପ୍ରଭାବରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି।ସ୍କୁଲ ଏବଂ କଲେଜ ବନ୍ଦ ରଖାଯାଇଛି।ଗତକାଲି ରାତିରେ କୋଲକାତା ଏବଂ ଦକ୍ଷିଣ ବଙ୍ଗର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକୁ ବାଧାପ୍ରାପ୍ତ କରିଛି।

ରାସ୍ତା ଏବଂ ତଳିଆ ଅଞ୍ଚଳଗୁଡ଼ିକ ପାଣିରେ ବୁଡ଼ିଯିବାରୁ ବସ୍, ଟ୍ୟାକ୍ସି ଏବଂ ପରିବହନ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି।