fbpx

ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ୱରୀ, କୌଣସି ଦଳକୁ ଯିବେ ନାହିଁ କି ପ୍ରାର୍ଥୀ ହେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୋକ୍ତି କଲେ ରାସେଶ୍ୱରୀ

ଭୁବନେଶ୍ୱର: ନିର୍ବାଚନୀ ପ୍ରଚାର ମଧ୍ୟରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିମଧ୍ୟରେ ବିଜେଡିକୁ ଲାଗିଛି ଶକ୍ତ ଧକ୍କା । ଦଳ ଛାଡ଼ିଲେ ସମ୍ବଲପୁର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ଏହା ସହ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି । ଦଳର ସୁପ୍ରିମୋ ନୀବନ ପଟ୍ଟନାୟକଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି ।

ସମ୍ବଲପୁରରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ୍ ଦେଇଛି ଦଳ । ଯାହା ସମ୍ବଲପୁରର ଗରିମା ନଷ୍ଟ କରିଛି । ତେଣୁ ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଦଳରୁ ଇସ୍ତଫା ଦେଇଥିବା ଆଜି ପ୍ରେସମିଟ୍ କରି କହିଛନ୍ତି ରାସେଶ୍ୱରୀ । ସମ୍ବଲପୁର ବିଧାନସଭା ଆସନ ପାଇଁ ରାସେଶ୍ୱରୀ ଆଶାୟୀ ଥିବା ବେଳେ ଦଳ ରୋହିତ ପୂଜାରୀଙ୍କୁ ଟିକେଟ୍‌ ଦେଇଛି । ବିଜେଡି ସମ୍ବଲପୁରରୁ ପ୍ରଥମେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ଦେଇଥିଲା। ପରେ ପ୍ରସନ୍ନଙ୍କୁ ବଦଳାଇ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଓହ୍ଲାଇଛି । ସେବେଠୁ ଅସନ୍ତୁଷ୍ଟ ଥିଲେ ରାସେଶ୍ବରୀ । ପୂର୍ବରୁ ସମ୍ବଲପୁରର ବିଧାୟିକା ଥିଲେ ରାସେଶ୍ୱରୀ ପାଣିଗ୍ରାହୀ । ତାଙ୍କ ବାପା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କର ସମ୍ବଲପୁରରେ ଦବ୍‌ଦବା ଥିଲା । କଂଗ୍ରେସର ନେତା ଥିଲେ ଶ୍ରୀବଲ୍ଲଭ ପାଣିଗ୍ରାହୀ ।

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଇସ୍ତଫା ଦେବା ପଛର କାରଣ କହିଛନ୍ତି । ସେ କହିଛନ୍ତି, ‘ସମ୍ବଲପୁରର ସ୍ୱାଭିମାନ ଏବଂ ଅସ୍ମିତା ପାଇଁ ବିଜେଡି ଛାଡିଛି । ବିଧାୟିକା ଥିବା ବେଳେ ସମ୍ବଲପୁର ପାଇଁ ବହୁତ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ୨୦୧୯ରୁ ୨୦୨୪ ବିଧାୟିକା ନଥିଲେ ମଧ୍ୟ ଦଳର ସଙ୍ଗଠନକୁ ଆହୁରି ସୁଦୃଢ କରୁଥିଲି । ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର । ବିଜେଡି ଯାହାକୁ ଅଯୋଗ୍ୟ ବୋଲି କହିଥିଲା ତାଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଛି । ସମ୍ବଲପୁରରେ କଣ ନେତା ନାହାନ୍ତି ଯେ, ବାହାରୁ ନେତା ଆଣି ପ୍ରାର୍ଥୀ କରିବେ । ସମ୍ବଲପୁରର ଗାରିମା ନଷ୍ଟ ହେଉଛି । ସମାଜସେବା କରୁଥିଲି, କରୁଛି, କରୁଥିବି । ଆଗାମୀ ଦିନରେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ରଷିବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରିଛନ୍ତି । ଏହା ସହ କୌଣସି ଦଳକୁ ଯିବେନାହିଁ କି ପ୍ରାର୍ଥୀ ହେବେ ନାହିଁ ବୋଲି କହିଛନ୍ତି ରାସେଶ୍ୱରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଳ ସହିତ ଏତେ ଦିନର ସମ୍ପର୍କ ଥିଲା । ଏବେ ଦଳ ଛାଡିବା ବେଳକୁ କଷ୍ଟ ଲାଗୁଛି । କିନ୍ତୁ ପାର୍ଟି ଅପେକ୍ଷା ମୋ ପାଇଁ ମାଟି ଆଗ । ସମ୍ବଲପୁରର ମାଟିକୁ ଅବମାନନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନ କରି ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.