fbpx

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ରାମଦେବ ବାବାଙ୍କ କ୍ଷମା ପ୍ରାର୍ଥନା

ନୂଆଦିଲ୍ଲୀ: ପତଞ୍ଜଳୀ ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ରାମଦେବଙ୍କୁ ଝଟକା ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଖବରକାଗଜରେ ଦିଆଯାଇଥିବା ବିଜ୍ଞାପନ ପାଇଁ ସର୍ବସାଧାରଣ ସମ୍ମୁଖରେ କ୍ଷମା ମାଗିବାକୁ ରାମଦେବ ବାବାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ବିଭ୍ରାନ୍ତିକର ବିଜ୍ଞାପନ ମାଧ୍ୟମରେ ନିଜର ଉତ୍ପାଦକୁ ବିକ୍ରୟକରି ଲୋକମାନଙ୍କ ଲୋକମାନଙ୍କ ସ୍ୱସ୍ଥ୍ୟ ସହ ଖେଳୁଥିବାର ଅଭିଯୋଗ ମମଲାର ଶୁଣାଣି ପରେ ରାମଦେବ ମୋଟ ୬୭ଟି ଖବରକାଗଜ
ସଂସ୍ଥାକୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହିତ ଆଗାମୀ ଭବିଷ୍ୟତରେ ଏଭଳି ବିଭ୍ରାନ୍ତିକର ତଥ୍ୟ ବା ବିଜ୍ଞାପନ ସର୍ବସାଧାରଣ ସମ୍ମୁଖରେ ନ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବର୍ତ୍ତମାନ ଏହି ମାମଲାର ଶୁଣାଣି ସ୍ଥଗିତ ରଖାଯାଇଛି ।

ଚଳିତ ମାସ ୩୦ ତାରିଖରେ ରାମଦେବ ବାବା ଓ ପତଞ୍ଜଳୀର ଏମଡି ବାଲକ୍ରିଷ୍ଣାଙ୍କ ଉପରେ ଥିବା ମାମଲା ଉପରେ ଶୁଣାଣି ହେବ । ଅବଶିଷ୍ଟ ମାମଲା ମେ’ ୭ ତାରିଖରେ ଶୁଣାଣି କରାଯିବ ବୋଲି ଜଣାଯାଇଛି । ପତଞ୍ଜଳୀ ବିରୋଧରେ ଆଇଏମଏ ତରଫରୁ ମଧ୍ୟ ଏକ ପିଟିସନ ଦାଖଲ କରାଯାଇଛି । କରୋନା ସମୟରେ ନିଜର ଔଷଧକୁ ପ୍ରଚାର କରି ଏଲୋପାଥି ବିରୋଧରେ କହିଥିବାରୁ ଭାରତୀୟ ମେଡିକାଲ ଅସୋସିଏସନ ପକ୍ଷରୁ ଏହି ମାମଲାର ଅଭିଯୋଗ କରାଯାଇଥିଲା ।
ଅଦାଲତରେ ଅଭିଯୋଗ କରିଥିବା ଆଇଏମଏ କୁ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ ଏଲୋପାଥି ଡକ୍ଟର ପ୍ରେସ୍କ୍ରିପସନରେ ନିର୍ଦ୍ଦିଷ୍ଟ ଔଷଧ କାହିଁକି ଲେଖନ୍ତି , ଏମିତି କରିଥିବା ଡାକ୍ତରଙ୍କୁ ଏବଂ ଡ୍ରଗ ଲାଇସେନ୍ସ ପ୍ରାଧିକରଣକୁ କୋର୍ଟ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.