fbpx

କରାଗା ମହୋତ୍ସବ ପାଇଁ ବେଙ୍ଗାଲୁରୁରେ ବଦଳିଲା ଟ୍ରାଫିକ ନିୟମ, ଜାଣନ୍ତୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି କେଉଁ ରାସ୍ତାରେ ଯିବେ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ କରାଗା ମହୋତ୍ସବ ଧୁମଧାମର ସହ ପାଳନ କରାଯାଏ । ଏହି ଉତ୍ସବରେ ଲକ୍ଷାଧିକ ଲୋକ ସାମିଲ ହେବାର ସମ୍ଭାବନା ରହିଛି । ତେଣୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବେଙ୍ଗାଲୁରୁ ପ୍ରଶାସନ ପକ୍ଷରୁ ରୁଟ ଡାଇଭର୍ଜନକୁ ନେଇ ଆଡଭାଇଜରୀ ଜାରି କରାଯାଇଛି । ଏହା ୨୩ରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ସକାଳ ସମୟରେ ଏଜି ମହୋତ୍ସବ ପାଳନ ହେବ । ତେଣୁ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ଅନେକ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।
ଏହି ପ୍ରସେଶନ ଧର୍ମରାୟ ସ୍ୱାମୀ ମନ୍ଦିର ଦେଇ କୁବୋନ ପେତେ, ନାନିଗାରା ପେଟେ, ଆଭେନ୍ୟୁ ରୋଡ ଏବଂ କୋଟେ ଅନଜାନେୟା ମନ୍ଦିର ଦେଇ କେଆର ମାର୍କେଟ ପୋଲିସ ଷ୍ଟେସନ ରୋଡ ମାର୍ଗ ଦେଇ ଗତି କରିବ । ଏହା ଆନାମା ମନ୍ଦିରର ପୂର୍ବରୁ ଥିବା ବାଟରେ ଧର୍ମରାୟାସ୍ୱାମୀ ମନ୍ଦିର ଦେଇ ଯିବ ।

ତେବେ ଏହି ମହୋତ୍ସବ ପାଇଁ ସମସ୍ତ ପ୍ରକାର ଯାନବାହନକୁ ସିଟି ମାକେର୍ଟରୁ ଆଭେନ୍ୟୁ ରୋଡ ଠାରୁ ମାଇସୋର ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାତାୟାତା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ପ୍ରସେଶନ ଏଭେନ୍ୟୁ ରୋଡ ଦେଇ ଯିବ, ତେଣୁ ଏଥିପାଇଁ ଏଏସ ଚାର୍ଟ ଷ୍ଟ୍ରୀଟ ଠାରୁ ସିଟି ମାର୍କେଟ ଛକ ପର୍ଯ୍ୟନ୍ତ ନ ଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

-ଏସଜେପି ରୋଡରୁ ପି ଲେନ ଦେଇ ଏନ ଆର ଚୌରାଇର ବାମ ପାଶ୍ୱର୍କୁ ଥିବା ରାସ୍ତାକୁ ମଧ୍ୟ ନ ଯିବାକୁ ବାରଣ କରାଯାଇଛି ।

-ମହୋତ୍ସବର ପ୍ରସେଶନ ଏଭେନ୍ୟୁ ରୋଡରେ ପ୍ରବେଶ କରିବ । ମେଡିକାଲ କଲେଜରୁ ମାର୍କେଟ ସର୍କଲ ପର୍ଯ୍ୟନ୍ତ ଯାନବାହନ ଅବରୋଧ ରହିବ ।

-ଗାଡି ଯାତାୟାତ ପାଇଁ ବିକଳ୍ପ ମାର୍ଗ ଦର୍ଶାଯାଇଛି । ଏସଜେପି ରୋଡରୁ ଗାଡ଼ି ଟାଉନହଲ ଆଡକୁ ଯାଇପାରିବେ ଏବଂ କେଜି ରୋଡରୁ ବାମ ପାଶ୍ୱର୍କୁ ଯାଇପାରିବେ ।

-ଏସଜେପି ରୋଡରୁ ଗାଡ଼ୁ ଟାଉନହଲ ଆଡକୁ ନେଇ ଯାଇପାରିବେ ଏବଂ କେଜି ରୋଡରୁ ବାମ ପାଶ୍ୱର୍କୁ ଯାଇପାରିବେ ।

-ଏ,ଏସ,ଚାର ଷ୍ଟ୍ରିଟରେ ଡାହାଣକୁ ଯାଇପାରିବେ ଏବଂ ରେୟନ ସର୍କଲ ପର୍ଯ୍ୟନ୍ତ ପହଁଚିବା ପାଇଁ ବ୍ରିୟଣ୍ଡ ସର୍କଲରୁ ଯାଇପାରିବେ ।

-ଚାମରାଜପେଟେ ରୁ ପ୍ରୋଫେସର ଶିବଶଙ୍କର ସର୍କଲ ମାଧ୍ୟମରୁ ଯାନ ନେଇପାରିେ । ସି ରୋଡରେ ପ୍ରବେଶ କରିପାରିବେ ଏବଂ ଟାଉନ ହଲ ଆଡକୁ ଯାଇପାରିବେ ।

-କରାଗା ଉତ୍ସବରେ ଭାଗ ନେବା ଲାଗି ଭକ୍ତଙ୍କ ପାଇଁ ବନ୍ନପ୍ପା ପାର୍କ, ଟାଉନ ହଲ ଏବଂ ବିବିଏମପି ମାର୍କେଟ କମ୍ପେ୍ଲକ୍ସରେ ପାର୍କିଂ ସୁବିଧାମାନ ଉପଲବ୍ଧ ରହିଛି । ପିକେ ଲେନ, ଓଟିସି ରୋଡ, ଏସପି ରୋଡ, ବ୍ନପେଟ ରୋଡ, ସୁନ୍ନକଲ ପୀଟ ରୋଡ, ଏସଜେପି, ସିଟି, ମାର୍କେଟ ସର୍କଲ, ଏସଜେପି ରୋଡ, ଏଭେନ୍ୟୁ ରୋଡ ଏବଂ ଏଏସ ଚାର ଷ୍ଟ୍ରୀଟରୁ ମାର୍କେଟ ସର୍କଲ ସହିତ କିଛି ସଡ଼କରେ ପାର୍କିଂ ନିଷେଧ ଅଛି । କାର୍ଯ୍ୟକ୍ରମରେ ସୂଚାରୁ ସଞ୍ଚାଳନକୁ ସୁନିଶ୍ଚିତ କରିବା ଏବଂ ସମସ୍ତ ଉପସ୍ଥିତ ଲୋକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ଯାତାୟାତ ନିୟମକୁ ପାଳନ କରିବା ପାଇଁ ସାର୍ବଜନୀନ ସହଯୋଗର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.