fbpx

ଖରାଦିନେ ଖାଆନ୍ତୁ ଏହି ଦୁଇଟି ଗୁଣକାରୀ ପରିବା; ଅନେକ ରୋଗରୁ ମିଳିବ ଉପଷମ

ଡ଼ିଶା ଭାସ୍କର: ଅନେକ ସମୟରେ ଏହା ମନେ କରାଯାଏ ଯେ, ଭେଜିଟେରିଆନ୍ ଫୁଡ୍ ତୁଳନାରେନ୍ନ୍ ଭେଜ୍ ସ୍ୱାସ୍ଥ୍ୟ ଲାଗି ଅଧିକ ଲାଭଦାୟକ ହୋଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭାବରେ ଠିକ୍ ନୁହେଁ । ବାସ୍ତବରେ ସଚେତନତା ଅଭାବରୁ ଆମେ ଏପରି ବହୁ ଗୁଣକାରୀ ପନିପରିବାର ଲାଭ ଉଠାଇ ପାରି ନ ଥାଉ ଯାହା ଆମ ସ୍ୱାସ୍ଥ୍ୟ ଲାଗି ବହୁତ ଅଧିକ ଲାଭଦାୟକ ।
ସଜନା ଓ ଭୃସଙ୍ଗ ପତ୍ର:
ଯଦି ଆପଣ ନିଜ ଡାଏଟ୍ କୁ ହେଲଦି କରିବାକୁ ଚାହୁଁଛନ୍ତି ତେବେ ଏଥିରେ ସଜନା ଛୁଇଁ, ପତ୍ର ଓ ଭୃସଙ୍ଗ ପତ୍ର ସାମିିଲ କରିବାକୁ ଭୁଲନ୍ତୁ ନାହିଁ । ସଜନାରେ ଭିଟାମିନ୍ ଏ, ସି, ବି୧,ବି୨, ବି୩, ବି୬, ଫୋଲେଟ୍,କ୍ୟାଲସିୟମ, ପୋଟାସିୟମ, ଆଇରନ୍ ସହିତ ଢେର ପୋଷକ ତତ୍ତ୍ୱ ଭରି ରହିଛି ।
ଭୃସଙ୍ଗ ପତ୍ରରେ ଫୋଲେଟ୍, ଭିଟାମିନ୍ ଏ ଓ ବି ଭରପୁର:
ଅନ୍ୟପକ୍ଷରେ ଭୃସଙ୍ଗ ପତ୍ରରେ ଫୋଲେଟ୍, ଭିଟାମିନ୍ ଏ ଓ ବି ଭରପୁର ମାତ୍ରାରେ ରହିଛି । ୧୦୦ ଗ୍ରାମ ଭୃସଙ୍ଗ ପତ୍ରରେ ୯୭ କ୍ୟାଲୋରୀ ଓ ଫାଇବର ଉଚ୍ଚମାତ୍ରାରେ ରହିଥାଏ ଯାହା ବ୍ୟାଡ୍ କୋଲେଷ୍ଟ୍ରଲକୁ କମ୍ କରିବା ଓ ପେଟ ସଫା କରିବାରେ ସହାୟକ ହୋଇଥାଏ ।
ପାଚନ ତନ୍ତ୍ରକୁ ସୁସ୍ଥ ରଖେ ଭୃସଙ୍ଗ ପତ୍ର:
ଭୃସଙ୍ଗ ପତ୍ର ଗ୍ୟାସ୍, ଏସିଡିଟୀ ଓ ପେଟ ଫୁଲିବା ପରି ସମସ୍ୟା ଦୂର କରି ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା ଶରୀରରୁ ବିଷାକ୍ତ ଦ୍ରବ୍ୟ ବାହାରକୁ ବାହାର କରିବାରେ ଓ ଚର୍ବି କମ୍ କରିବାରେ ସାହାଯ୍ୟ କରିଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ସଜନା:
ସଜନାରେ ଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହାଦ୍ୱାରା ବହୁ ରୋଗ ପାଖ ମାଡି ନ ଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଦରଜ କମ୍ କରିବାରେ ସହାୟକ ହୋଇଥାଏ । ଏହା ସହିତ କେଶ ଓ ତ୍ୱଚାକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.