fbpx

ଭାରତ ପାଇଁ ସତର୍କ ଘଣ୍ଟି ବଜାଇଲା IMF: ୨୦୨୨-୨୩ ପାଇଁ ହ୍ରାସ କଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ୨୦୨୨ରେ ଭାରତର ଆନୁମାନିକ ବିକାଶ ଦରକୁ ହ୍ରାସ କରି ୬.୮ ପ୍ରତିଶତ କରି ଦେଇଛି। ସେହିପରି ଆଇଏମଏଫ ଅନୁମାନ କରୁଛି ଯେ, ୨୦୨୩ରେ ଭାରତର ବିକାଶ ଦର ୬.୧ ପ୍ରତିଶତ ରହିବ। ଭାରତର ବିକାଶ ଦରକୁ ହ୍ରାସ ପାଇଲେ ମଧ୍ୟ ଭାରତ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ଅର୍ଥନୀତି ହୋଇ ରହିବ।

ଆଇଏମଏଫ ଅନୁଯାୟୀ ବିଶ୍ୱର ସବୁଠୁ ବଡ଼ ଅର୍ଥନୀତି ଆମେରିକା(୧.୬), ଚୀନ୍(୩.୨) ଏବଂ ଇଉରୋପୀୟ ସଂଘର ବିକାଶ ଦର(୩.୧) ପ୍ରତିଶତ ସହିତ ଆର୍ଥିକ ବିକାଶ ସାମାନ୍ୟ ରହିବ। ବୈଶ୍ୱିକ ଅର୍ଥବ୍ୟବସ୍ଥାରେ କରୋନାର ପ୍ରଭାବ ହ୍ରାସ ପାଉପାଉ ମୁଦ୍ରାସ୍ପିତି(ଦରଦମାର ବୃଦ୍ଧି/ହ୍ରାସ), ପାଣ୍ଠିର ଅଭାବ ବାଦ୍ ଋଷ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସମସ୍ୟାକୁ ଅଧିକ ବିଗାଡ଼ି ଦେଇଛି। ତେବେ ରିପୋର୍ଟ ମୁତାବକ ତୈଳ, ଏନର୍ଜି ଏବଂ ଖାଦ୍ୟ ପଦାର୍ଥର ଦାମ୍ ଏହି ସ୍ଥିତିକୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରଖିବ।

ସେହିପରି କରୋନା ମହାମାରୀ ପରେ ଦେଶମାନଙ୍କରେ ବୃଦ୍ଧି ପାଇଥିବା ଋଣ ଗୁଡ଼ିକ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ମୁଦ୍ରାସ୍ପିତି ଏବଂ ଆର୍ଥିକ ନିୟମର ହ୍ରାସ କରିବା ପାଇଁ କୌଣସି ଭୁଲ୍ ପଦକ୍ଷେପ ନେଇ ପାରନ୍ତି ବୋଲି ଚିନ୍ତା ପ୍ରକଟ କରିଛି। ତେବେ ଗତ ସପ୍ତାହରେ ବିଶ୍ୱବ୍ୟାଙ୍କ ମଧ୍ୟ ୨୦୨୨-୨୩ ପାଇଁ ଭାରତର ବିକାଶ ଦରକୁ ହ୍ରାସ କରି ୬.୫% କରିଦେଇଥିଲା। ସେହିପରି ଏସିଆ ଡେଭେଲପମେଣ୍ଟ ବ୍ୟାଙ୍କ ଏବଂ ରିଜର୍ଭ ବ୍ୟାଙ୍କ ମଧ୍ୟ ବିକାଶ ଦରକୁ ୭% କୁ ହାସ କରିଥିଲେ।

 

Get real time updates directly on you device, subscribe now.