fbpx

କ୍ରିକେଟ ପରେ ସିନେମା ଦୁନିଆରେ ପାଦ ରଖିଲେ ଧୋନି: କରିବେ ଏହି ସବୁ ଷ୍ଟାରଙ୍କ ସହ କାମ…

ଭାରତୀୟ କ୍ରିକେଟର ସାନ୍ ଆଣ୍ଡ ଜାନ୍ କୁହାଯାଉଥିବା ମହେନ୍ଦ୍ର ସିଂ ଧୋନି ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସେ ବର୍ତ୍ତମାନ କ୍ରୀଡା ଜଗତ ଛାଡି ସିନେମା ଦୁନିଆରେ ପାଦ ରଖିବେ , ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି ଜଣେ ସଫଳ ଅଧିନାୟକ ଭାବେ କ୍ରିକେଟ ଦୁନିଆରେ ନିଜର ଦବଦବା ଜାହିର କରିଥିବା ବେଳେ, ସେ ନିଜର ଏକ ପ୍ରଡକ୍ସନ ହାଉସ ମଧ୍ୟ ଖୋଲିଛନ୍ତି ।

କ୍ରିକେଟ ଫିଲ୍ଡରେ ନିଜର ଜଲୱା ଦେଖାଇବା ପରେ ସିନେମା ଦୁନିଆରେ ବି କ୍ୟାପ୍ଟେନ କୁଲଙ୍କ କୁଲ ଅନ୍ଦାଜ ଦେଖିବାକୁ ମିଳିବ । ୧୫ ଅଗଷ୍ଟ ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନୀ ଅବସର ନେବା ପରେ ଏବେ କିଛି ନୂଆ କରିବାର ଆଶା ନେଇ ସେ ସିନେମା ଫିଲ୍ଡକୁ ଓହ୍ଲାଇଛନ୍ତି । ଏଥିସହିତ ନିଜର ପ୍ରଡକ୍ସନ ହାଉସ ଖୋଲିଛନ୍ତି ।ଧୋନୀ ନିଜ ପ୍ରଡକ୍ସନ ହାଉସର ନାଁ ଧୋନୀ ଏଣ୍ଟରଟେନମେଣ୍ଟ ରଖିଛନ୍ତି । ମାହିଙ୍କ ଏହି ପ୍ରଡକ୍ସନ ହାଉସରେ ତାମିଲ, ତେଲୁଗୁ ଓ ମାଲାୟାଲାମ ଫିଲ୍ମ ହେବ । ତେବେ ସେ କେଉଁମାନଙ୍କ ସହ କାମ କରିବେ ତାହା ମଧ୍ୟ କହିଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ।

ଭାରତୀୟ ଦଳର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ନିଜର ଏହି ପ୍ରଡକ୍ସନ ହାଉସରେ ବିଭିନ୍ନ କିଛି ଅଭିନେତଙ୍କ ସହ କାମ କରିବେ ବୋଲି ଜଣା ପଡିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ କ୍ୟାପଟେନ୍ କୁଲ ଧୋନି ରଜନୀକାନ୍ତ, ଧନୁଷ, ଜୁନିୟର ଏନଟିଆର ଓ ଥାଲାପତି ବିଜୟଙ୍କ ଭଳି ଷ୍ଟାରଙ୍କ ସହ କାମ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ସାଉଥ ଫିଲ୍ମରେ ନିଜ ଜଲୱା ଦେଖାଇବାକୁ ଯାଉଥିବା ଧୋନିଙ୍କ ପ୍ରଡକ୍ସନ ହାଉସର ମାଲିକାନା ଧୋନୀ ଓ ତାଙ୍କ ପତ୍ନୀଙ୍କ ପାଖରେ ରହିବ । ମାହିଙ୍କ ଏହି ପ୍ରଡକ୍ସନ ହାଉସ ଏବେ ଯାଏଁ ରୋଅର ଅଫ ଦ ଲାୟନ, ବ୍ଲେଜ ଟୁ ଗ୍ଲୋରୀ ଏବଂ ଦ ହିଡେନ ହିନ୍ଦୁ ଭଳି ପ୍ରୋଜେକ୍ଟରେ କାମ କରି ସାରିଛି । ତେବେ ପ୍ରଡକ୍ସନ ହାଉସର ମୁଖ୍ୟ ଭାବେ ବିକାଶ ହସିଜାଙ୍କୁ ଚୟନ କରାଯାଇଛି ।

ବିଶ୍ୱ କ୍ରିକେଟରେ ଟିମ୍ ଇଣ୍ଡିଆକୁ ଶୀର୍ଷକୁ ନେବାରେ ଧୋନି ଥିଲେ ମହାନାୟକ । ଜଣେ ୱିକେଟ କିପର ଓ ଫିନିସର ଭାବେ ଚର୍ଚ୍ଚାରେ ଥିବା ଏହି ଚେହେରା ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଯାଇଥିଲେ ବି ଆଇପିଏଲ ଜାରି ରଖିଛନ୍ତି । ତେବେ ସେ ଟିିମ୍ ଇଣ୍ଡିଆ ପାଇଁ ସେ ଅନେକ ସଫଳତା ଆଣି ଦେଇଛନ୍ତି । ଧୋନୀ ଟିମ୍ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପ ଚାମ୍ପିୟନ୍ସ ଟ୍ରଫି ଓ ୨୦୦୭ ମସିହାରେ ଟି-୨୦ ବିଶ୍ୱକପ ଟ୍ରଫି ଦେଶ ନାଁରେ କରିଛନ୍ତି । ଏତତ୍ ବ୍ୟତୀତ ସେ ୯୮ ଟି ଟି-୨୦ରେ ମ୍ୟାଚ ଖେଳି ୧,୬୧୭ ରନ କରିଛନ୍ତି । ସେହିପରି ୩୫୦ ଦିନିକିଆ ମ୍ୟାଚ ଖେଳି ୧୦, ୭୭୩ ରନ କରିଛନ୍ତି, ଯେଉଁଥିରେ ୧୦ ଶତକ ଓ ୭୩ ଅର୍ଦ୍ଧଶତକ ସାମିଲ ଅଛି । ତେବେ ମହେନ୍ଦ୍ର ସିଂ ଧୋନି ୯୦ଟି ଟେଷ୍ଟ ମ୍ୟାଚ ଖେଳି ୪, ୮୭୬ ରନ କରିଛନ୍ତି ଯେଉଁଥିରେ ୬ ଶତକ ଓ ୩୩ ଅର୍ଦ୍ଧଶତକ ରହିଛି । କେବଳ ସେତିକି ନୁହେଁ ଧୋନୀ ଆଇପିଏଲରେ ଚେନ୍ନାଇକୁ ୪ ଥର ଚାମ୍ପିୟନ ମଧ୍ୟ କରିଛନ୍ତି ।

କ୍ରିକେଟ ଫିଲ୍ଡରେ ହ୍ୟାଟ୍ରିକ ମାରିଥିବା ଧୋନି ସିନେମା ଦୁନିଆରେ କେତେ ସଫଳ ହେଉଛନ୍ତି ତାହା ସମୟ କହିବ । ତେବେ ଲେଟ୍ସ ସିନେମା ଟ୍ୱିଟରରେ ଧୋନୀ ପ୍ରଡକ୍ସନ ହାଉସକୁ ନେଇ ସୂଚନା ଦେଇଛି । ଟ୍ୱିଟରରେ ପୋଷ୍ଟ କରି ଲେଟ୍ସ ସିନେମା ଲେଖିଛି, ଧୋନୀ ସାଉଥରେ ନିଜ ଫିଲ୍ମ ପ୍ରଡକ୍ସନ ଧୋନୀ ଏଣ୍ଟରଟେନମେଣ୍ଟ ଲଞ୍ଚ କରିଛନ୍ତି । ଏଥିରେ ତାମିଲି, ତେଲୁଗୁ ଓ ମାଲାୟାଲାମ ଭାଷାରେ ଫିଲ୍ମ ହେବ ।

Get real time updates directly on you device, subscribe now.