fbpx

କିୟାରାଙ୍କ ସହ ଶୀଘ୍ର ବିବାହ ରଚିବେ ସିଦ୍ଧାର୍ଥ ମାଲହୋତ୍ରା: ସାମ୍ନାକୁ ଆସିଲା ତାରିଖ!

ନୂଆଦିଲ୍ଲୀ: ବଲିଉଡର ପ୍ରେମୀଯୁଗଳ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିୟାରା ଆଡଭାନୀ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଦୁହିଁ ପ୍ରେମୀଙ୍କୁ ଏକାସାଙ୍ଗରେ ମୁମ୍ବାଇରେ ବୁଲୁଥିବାର ଓ ପରସ୍ପର ସହ ସମୟ ବିତାଉଥିବା ଦେଖିବାକୁ ମିଳିଥିଲା । ଖବର ମିଳୁଛି କି, ଦୁହେଁ ଖୁବଶୀଘ୍ର ହାତରୁ ୨ ହାତ ହେବାକୁ ଯାଉଛନ୍ତି । ଦୁହେଁ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟି ସେମାନଙ୍କ ବାହାଘରର ତାରିଖ ସାମ୍ନାକୁ ଆସିଛି ।

ଶେରଶାହା ଫିଲ୍ମରେ ସିଦ୍ଧାର୍ଥ ଓ କିୟାରାଙ୍କ ଯୋଡିକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମରୁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଗଲା । ସିଦ୍ଧାର୍ଥ ଓ କିୟାରା ପରସ୍ପରଙ୍କୁ ଅନେକ ଦିନ ଧରି ଡେଟ୍ କରୁଛନ୍ତି । ଅବଶ୍ୟ ଦୁହେଁ ନିଜ ସମ୍ପର୍କକୁ କେବେ ଲୋକଲୋଚନରେ ଖୁଲମଖୁଲା ଭାବେ ପ୍ରକାଶ କରିନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ଦୁହେଁ ପରସ୍ପର ପ୍ରତି ଥିବା ପ୍ରେମ ନଜର ଆସିଛି ।

 

View this post on Instagram

 

A post shared by Sidharth Malhotra (@sidmalhotra)

ଏବେ ଖବର ମିଳୁଛି କି, ସିଦ୍ଧାର୍ଥ ଓ କିୟାରା ଆସନ୍ତା ବର୍ଷ ୨୦୨୩ରେ ବିବାହ କରିବାକୁ ଯାଉଛନ୍ତି । ଦୁହେଁ ଏପ୍ରିଲରେ ବିବାହ କରିବେ । ଏହି ବ୍ରେକିଂ ଖବର ବଲିଉଡଲାଇଫ ସୂତ୍ରରୁ ସାମ୍ନାକୁ ଆସିଛି । ତାଙ୍କ ବାହାଘର ଏକ ଫ୍ୟାମିଲି କାର୍ଯ୍ୟକ୍ରମ ଭଳି ହେବ । ବାହାଘରରେ ବଲିଉଡର କମ୍ ଲୋକ ଆମନ୍ତ୍ରିତ ହେବେ । ବାହାଘରରେ ଅଧିକାଂଶ କାର୍ଯ୍ୟକ୍ରମରେ ସିଦ୍ଧାର୍ଥଙ୍କ ପରିବାର ଓ ସର୍ମ୍ପକୀୟମାନେ ସାମିଲ ହେବେ । ବଲିଉଡର କେଉଁ କେଉଁ ସେଲିବ୍ରିଟମାନେ ଏହି ବିବାହକୁ ଆସିବେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି ।

Get real time updates directly on you device, subscribe now.