fbpx
BSKY
BJD SHG SKY
BJD YOUTH SKY

ରମଜାନ ପାଇଁ ବଦଳାଇଲେ ନିର୍ବାଚନୀ ପ୍ରଚାରର ରଣନୀତି, ଇଣ୍ଡୋର ମିଟିଙ୍ଗ୍ ଏବଂ ଛୋଟ ଛୋଟ ଭାଷଣକୁ ଗରୁତ୍ୱ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସରଗରମ ହେଲାଣି ରାଜନୈତିକ ମାହୋଲ । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା ଶେଷ ହେବା ପରେ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ପାଇଁ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ଅନ୍ୟ ରାଜ୍ୟଗୁଡ଼ିକରୁ ଏକ ରୋଚକ ଖବର ସାମ୍ନାକୁ ଆସୁଛି । ଇସଲାମ ଧର୍ମାବଲମ୍ବିଙ୍କ ରମଜାନ ମାସ ଚାଲଥିବାବେଳେ ଅନେକ ସ୍ଥାନରେ ମୁସଲମାନ ପ୍ରାର୍ଥୀମାନେ ପ୍ରଚାର କରିବାର ରଣନୀତିରେ ପରିବର୍ତ୍ତନ କରିଛନ୍ତି ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀମାନେ । ଏଥିମଧ୍ୟରେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ଅନ୍ୟ ରାଜ୍ୟର ମୁସଲମାନ ପ୍ରାର୍ଥୀମାନେ ରୋଜା ରଖିଥିବାରୁ ପ୍ରଚାର କରିବାର ସ୍ଥାନ, ସମୟ, ଖାଦ୍ୟ ପେୟ ଏବଂ ଭାଷଣ ଦେବାର ଶୈଳୀରେ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ସେମାନେ ଖରାରେ ଘର ଘର ବୁଲି ପ୍ରଚାର କରିବା ପରିବର୍ତ୍ତେ ଇଣ୍ଡୋର ମିଟିଙ୍ଗ୍ କରୁଛନ୍ତି । ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବା ପାଇଁ ଖୋଲା ସ୍ଥାନ ପରିବର୍ତ୍ତେ ଟେଣ୍ଟ ବା ତମ୍ବୁ ତଳେ ସାକ୍ଷାତ କରୁଛନ୍ତି । ଗଳି କନ୍ଦିରେ ଛୋଟ ସଭାର ଆୟୋଜନ କରୁଛନ୍ତି । ଅତିକମରେ ଭାଷଣ ସମୟକୁ ୫ ମିନିଟ ରଖିଛନ୍ତି । ଏହା ସହ ଦିନରେ ୫ ଥର ନମାଜ ପାଠକୁ ଦୃଷ୍ଟିରେ ରଖି ଖାଦ୍ୟ ପେୟର ମେନ୍ୟୁରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ରୋଜା ରଖୁଥିବା ପ୍ରଚାର ପ୍ରାର୍ଥୀଙ୍କ ଡାଏଟ୍ ଚାର୍ଟରେ ଖେଚୁଡ଼ି, ଦଲିଆ, ଖଜୁରୀ, ଜୁସ୍ ଏବଂ ଫଳ ସାମିଲ ରହିଛି ।

କହିରଖୁଛୁ ମାର୍ଚ୍ଚ ୧୨ରେ ରମଜାନ ମାସ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୦ରେ ଶେଷ ହେବ । ଏପ୍ରିଲ ୧୯ରେ ପଶ୍ଚିମ ଉତ୍ତର ପ୍ରଦେଶରେ ୮ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ୭ଟି ଆସନରେ ମୁସଲମାନଙ୍କ ଜନସଂଖ୍ୟା ଅଧିକ ରହିଛି । ଏହି ସ୍ଥାନ ହେଲା ରାମପୁର, ସହାରନପୁର, କୈରାନା, ମୁଜଫର ନଗର, ନଗୀନା, ମୁରାଦାବାଦ ଏବଂ ବିଜନୌର । ରାମପୁରରେ ପ୍ରାୟ ୫୨% ମୁସଲମାନ ମତଦାତା ଅଛନ୍ତି । ତେବେ ଇଦ ପରେ ମୁସଲମାନ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ଜୋରଦାର କରିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.