fbpx
BJD SKY
BJD SKY

SRH ବିପକ୍ଷରେ କାହଁକି ହାରିଲା CSK? ମ୍ୟାଚ ହାରିବା ପରେ ଋତୁରାଜ କହିଲେ ପରାଜୟର କାରଣ

BJD

ନୂଆଦିଲ୍ଲୀ: ଗତବର୍ଷର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ ଚଳିତବର୍ଷ ଦମଦାର ଆରମ୍ଭ ପରେ ଲଗାତାର ଦୁଇଟି ପରାଜୟର ସମ୍ମୁଖୀନ ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୫ ୱିକେଟରେ ପରାସ୍ତ ହୋଇଛି ସିଏସକେ । ପ୍ରଥମରୁ ବ୍ୟାଟିଂ ଏବଂ ବୋଲିଂରେ ବିସ୍ପୋରକ ପ୍ରଦର୍ଶନ କରୁଥିବା ଚେନ୍ନାଇ ହଠାତ୍ ଉଭୟ କ୍ଷେତ୍ରରେ ସାମାନ୍ୟ ଦୁର୍ବଳ ମନେ ହେଉଛି । ହାଇଦ୍ରାବାଦ ବିପକ୍ଷରେ ଉଭୟ ବିଭାଗରେ ଚେନ୍ନାଇ ଫେଲ ମାରିବାରୁ ଦଳ ପରାଜୟର ସାମନା କରିଛି । କିନ୍ତୁ ମ୍ୟାଚ ହାରିବା ପରେ ଅଧିନାୟକ ଋତୁରାଜ ଗାଏକ୍ୱାଡ ପରାଜୟର ପ୍ରକୃତ କାରଣ କହିଛନ୍ତି । ମ୍ୟାଚ ହାରିବା ପାଇଁ ହାଇଦ୍ରାବାଦର ପିଚକୁ ଦାୟୀ କରିଛନ୍ତି ଋତୁରାଜ ।

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୧୬୬ ରନର ଟାର୍ଗେଟ ଦେଇଥିଲା ଚେନ୍ନାଇ ସୁପର କିଙ୍ଗସ । କିନ୍ତୁ ଅଭିଷେକ ଶର୍ମା ଏବଂ ଏଡେନ୍ ମାର୍କରମଙ୍କ ବିସ୍ଫୋରକ ଇନିଂସ ବଳରେ ହାଇଦ୍ରାବାଦ ଏହି ମ୍ୟାଚରେ ବିଜୟୀ ହୋଇଛି । ସେପଟେ ମ୍ୟାଚରେ ପିଚ୍ ଉପରେ ପ୍ରଶ୍ନ ଉଠାଇଛନ୍ତି ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡ । ସେ କହିଛନ୍ତି ଯେ, ହାଇଦ୍ରାବାଦ ପିଚ୍ ଖୁବ ସ୍ଲୋ ରହିଥିଲା ଏବଂ ଚେନ୍ନାଇ ଇନିଂସ ସମୟରେ ଏହା ଆହୁରି ଧିମା ହୋଇଗଲା । ଯାହା ଦଳକୁ ବଡ଼ ସ୍କୋର କରିବାରେ ଅଟକାଇଛି । ତେବେ ହାଇଦ୍ରାବାଦର ବୋଲର ଦମଦାର ବୋଲିଂ କରିଥିଲେ । ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ଏବଂ ଚେନ୍ନାଇ ବ୍ୟାଟରଙ୍କୁ ଅଧିକ ଫାଇଦା ଉଠାଇବାକୁ ସୁଯୋଗ ଦେଇ ନଥିଲେ । ବ୍ୟାଟିଂରେ ମଧ୍ୟ ସେ ଭଲ କମବ୍ୟାକ କରିବାରେ ସକ୍ଷମ ହୋଇଥିଲେ ।

ସେ କହିଛନ୍ତି ଯେ, ଏଠାରେ କଳା ମାଟିର ପିଚ୍ ରହିଥିଲା, ତେଣୁ ପିଚ୍ ଧିମା ରହିବ ବୋଲି ଆମକୁ ଜଣା ଥିଲା । କିନ୍ତୁ ଧିରେ ଧିରେ ଏହା ଆହୁରି ଧିମା ହୋଇଥିବା ବେଳେ ହାଇଦ୍ରାବାଦ ଖେଳାଳି ଏହାର ଫାଇଦା ଉଠାଇଛନ୍ତି । ତେବେ ହାଇଦ୍ରାବାଦ ଇନିଂସରେ ଚେନ୍ନାଇର ଦ୍ୱିତୀୟ ଓଭର(ମୁକେଶ ଚୌଧୂରୀ) ଦଳ ପାଇଁ ମହଙ୍ଗା ପଡ଼ିଥିଲା । ଏହି ଓଭରରେ ଗୋଟିଏ କ୍ୟାଚ୍ ଛାଡ଼ିବା ସହ ୨୭ ରନ୍ ବ୍ୟୟ କରିଥିଲେ ଚେନନାଇର ଖେଳାଳି । ଏହାପରେ ମଧ୍ୟ ମ୍ୟାଚ ୧୯ତମ ଓଭର ପର୍ଯ୍ୟନ୍ତ ଯାଇଥିଲା । ତେବେ ଆଇପିଏଲ-୨୦୨୪ରେ ଏହା ଚେନ୍ନାଇର ଲଗାତାର ଦ୍ୱିତୀୟ ପରାଜୟ ।

Get real time updates directly on you device, subscribe now.