fbpx
BSKY SKY
BSKY SKY

ସାଢ଼େ ୮ଟାରେ ୩୧ ଡିଗ୍ରୀ ଅତିକ୍ରମ କଲା ଚାନ୍ଦବାଲି: ଉତ୍ତପ୍ତ ସହର ଭାବରେ କଲା ରେକର୍ଡ

BSKY

ଭୁବନେଶ୍ୱର: ସକାଳୁ ସକାଳୁ ଖରା ତାତିରେ ସିଜୁଛି ସାରା ଓଡ଼ିଶା । ସକାଳ ୮.୩୦ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଚାନ୍ଦବାଲିରେ ସବୁଠାରୁ ଅଧିକ ତାପମାତ୍ରା ୩୧.୬ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ ତାପମାତ୍ରା ୩୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ତାପମାତ୍ରା ୩୦ ଡିଗ୍ରୀରେ ପହଞ୍ଚିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ସକାଳ ସାଢ଼େ ୮ଟା ସୁଦ୍ଧା ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାବ୍ୟତୀତ ପାରାଦୀପରେ ତାପମାତ୍ରା ୨୯.୬ ଡିଗ୍ରୀ ରହିଥିବା ବେଳେ ରାଉରକେଲା ଏବଂ ଗୋପାଳପୁରରେ ୨୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବାଲେଶ୍ୱର ଓ ପୁରୀ ସହରରେ ୨୯ ଡିଗ୍ରୀ ତାପମାତ୍ରା ଥିବା ବେଳେ ହୀରାକୁଦରେ ୨୮.୬ ଡିଗ୍ରୀ ତାପମାତ୍ରା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.