1 କ୍ୱିଣ୍ଟାଲ 40 କେଜି ଗଞ୍ଜେଇ ଜବତ, କାରରେ ହେଉଥିଲା ଚାଲାଣ

କେନ୍ଦୁଝର: 1 କ୍ୱିଣ୍ଟାଲ 40 କେଜି ଗଞ୍ଜେଇ ଜବତ। କେନ୍ଦୁଝରର NH 49 ବେଲଦା ଘାଟି ନିକଟରୁ ଏହା ଜବତ ହୋଇଥିବାବେଳେ 2ଜଣଙ୍କୁ ଗିରଫ କରିଛି ପୋଲିସ।

କାରରେ ବୌଦ୍ଧରୁ କୋଲକାତା ଚାଲାଣ ବେଳେ ପୋଲିସ ହାତରେ ଏହା ଧରା ପଡିଥିଲା। 2ଜଣ ବ୍ୟକ୍ତି କାରରେ 1 କ୍ୱିଣ୍ଟାଲ 40 କେଜି ଗଞ୍ଜେଇକୁ ବୌଦ୍ଧରୁ କୋଲକାତା ନେଇକି ଯାଉଥିଲେ।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି 2 ଜଣଙ୍କୁ ଗିରଫ କରିଛି।