fbpx

ଏସ୍‌ଟିଏଫ୍‌କୁ ବଡ ସଫଳତା: ଖୋର୍ଦ୍ଧାର ଦଧିମାଛଗଡ଼ିଆ ଅଞ୍ଚଳରୁ ଜବତ ହେଲା୧ କେଜି ୪୨ ଗ୍ରାମ୍‌ ବ୍ରାଉନ୍‌ସୁଗର, ୩ ଗିରଫ

ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍‌) : ଖୋର୍ଦ୍ଧାର ଦଧିମାଛଗଡ଼ିଆ ଅଞ୍ଚଳରୁ ଏସ୍‌ଟିଏଫ୍‌ ୧ କେଜି ୪୨ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ ପଚରା ଉଚରା ଚାଲୁ ରହିଛି । ଜବତ ବ୍ରାଉନ ସୁଗରର ମୂଲ୍ୟ ୧ କୋଟିରୁ ଊଦ୍ଧ୍ୱର୍ ହେବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ପୂର୍ବରୁ ଏସଟିଏଫ ବହୁ ପରିମାଣର ବ୍ରାଉନସୁଗର ସଂପୃକ୍ତ ଅଞ୍ଚଳରୁ ଜବତ କରିଥିଲା । ବାରମ୍ବାର ଏହି ଅଞ୍ଚଳରେ ଏଭଳି ଉର୍କଟ ନିଶାଦ୍ରବ୍ୟର କାରବାର ଚାଲିଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Get real time updates directly on you device, subscribe now.