fbpx
BSKY
BJD YOUTH SKY
BJD MS SKY

ଛଳରେ ମହିଳାଙ୍କ ଗର୍ଭାଶୟରେ ରଖିଲେ ସ୍ପର୍ମ, ୯୪ ପିଲାଙ୍କ ପିତା ବନିଗଲେ ଡାକ୍ତର; ନେଟ୍‌ଫ୍ଲିକ୍ସ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ରରେ ହେଲା ଖୁଲାସା

ନୂୂଆଦିଲ୍ଲୀ: ଆମେରିକାର ଇଣ୍ଡିଆନାପଲିସ୍‌ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ଡାକ୍ତର ୯୪ ପିଲାଙ୍କର ବାପା ବୋଲି ଜଣାପଡ଼ିଛି । ଡାକ୍ତର ଜଣକ ତାଙ୍କ ପାଖକୁ ଆସୁଥିବା ମହିଳା ରୋଗୀଙ୍କ ଗର୍ଭାଶୟରେ ନିଜ ସ୍ପର୍ମ ରଖି ସେମାନଙ୍କ ପିଲାର ବାପା ନିଜେ ବନୁଥିଲେ । ଏହି ଘଟଣାକୁ ନେଇ ନେଟ୍‌ଫ୍ଲିକ୍ସ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ବି ନିର୍ମାଣ ହୋଇଛି । ଡାକ୍ତରଙ୍କ ନାମ ଡୋନାଲ୍ଡ କ୍ଲାଇନ୍‌ । ଏହି ଡାକ୍ତରଙ୍କ ଜୀବନ କାହାଣୀକୁ ନେଇ ‘ଆୱାର ଫାଦର’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଛି ।

୧୯୭୦ ଏବଂ ୧୯୮୦ ଦଶକରେ ତାଙ୍କ ପାଖକୁ ଆସୁଥିବା ମହିଳା ରୋଗୀମାନଙ୍କ ଅଜାଣତରେ ସେମାନଙ୍କ ଗର୍ଭାଶୟରେ ନିଜ ସ୍ପର୍ମ ଭରି ଦେଉଥିଲେ ଡାକ୍ତର ଡୋନାଲ୍ଡ । ଏହିପରି ଭାବେ ସେ ଏବେ ୯୪ ଜଣ ପିଲାଙ୍କ ବାପା ହୋଇ ପାରିଛନ୍ତି । ଆହୁରି ବି ଗଣତି ଚାଲୁ ରହିଛି । ଡାକ୍ତରଙ୍କ ଏହି ପିଲାମାନଙ୍କ ମଧ୍ୟରୁ ଜକୋବା ନାମ୍ନୀ ଜଣେ ଝିଅ ପ୍ରଥମେ ଏହି ଘଟଣାର ପର୍ଦ୍ଦାଫାଶ କରିଛନ୍ତି । ସେ ଯେତେବେଳେ ନିଜେ ନିଜର ଡିଏନ୍‌ଏ ଟେଷ୍ଟ୍‌ କଲେ, ଜାଣିପାରିଲେ ଯେ ଯାହାକୁ ସେ ବାପା ବୋଲି ଭାବି ଆସୁଥିଲେ ସେ ତାଙ୍କ ବାପା ନୁହିଁନ୍ତି । ସେ ବାସ୍ତରରେ ଡାକ୍ତର ଡୋନାଲ୍ଡଙ୍କ ସ୍ପର୍ମ ଡୋନେଟ୍‌ ପ୍ରକ୍ରିୟାରୁ ଜାତ । ସେ ତା’ପରେ ନିଜର ଆହୁରି ୭ ଭାଇ ଭଉଣୀଙ୍କ ଟେଷ୍ଟ୍‌ କରାଇବାରୁ ସେମାନେ ବି ସେହି ଡାକ୍ତରଙ୍କ ପିଲା ବୋଲି ଜଣାପଡ଼ିଲା । ମାତ୍ର ସମସ୍ତଙ୍କ ମାଆ ଭିନ୍ନ ଭିନ୍ନ । ତା’ପରେ ଏହି ଗ୍ରୁପ୍ ତାଙ୍କର ଅନ୍ୟ ଭାଇଭଉଣୀଙ୍କ ବିଷୟରେ ଜାଣିବା ପାଇଁ କାମ ଖୋଜାଖୋଜି ଆରମ୍ଭ କରିଦେଲେ ଓ ଜାଣିବାକୁ ପାଇଲେ ଯେ ସେମାନଙ୍କ ବାପାମାଆଙ୍କ ପ୍ରଜନନ ଡାକ୍ତର ହିଁ ଏପରି ଘଟଣା ଭିଆଇଛନ୍ତି ।

Get real time updates directly on you device, subscribe now.