ପିପିଲି: ପିପିଲି ଚନ୍ଦ୍ରାଦେଇପୁରରେ ଷଣ୍ଢ ଆତଙ୍କ । ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍ ଷଣ୍ଢକୁ ଧରିବା ପାଇଁ ପ୍ରୟାସ ଜାରି କରିଛନ୍ତି ।
ଷଣ୍ଢ ଲୋକଙ୍କୁ ଦେଖିବା ମାତ୍ରକେ ଆକ୍ରମଣ କରିବା ସହ ଗୋଡ଼ାଇବା ଆରମ୍ଭ କରିଛି ।
ବର୍ତ୍ତମାନ ସୁଦ୍ଧା ଷଣ୍ଢ ଆକ୍ରମଣରେ ଜଣେ ପ୍ରାଣ ହରାଇଥିବାବେଳେ ଆଉ ୩ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ।
ପାଗଳା ଷଣ୍ଢକୁ କାବୁ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।
ଷଣ୍ଢକୁ କାବୁ କରିବା ପରେ ତାକୁ ଚିକିତ୍ସା ପାଇଁ ପ୍ରାଣୀ ଡାକ୍ତରଖାନା ନିଆଯିବ । ତେବେ ଷଣ୍ଢର କାରନାମା ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଲୋକେ ଘରୁ ବାହାରିବାକୁ ଡରୁଛନ୍ତି ।