fbpx
BJD SKY
BJD SKY

କୋରାପୁଟ ଜଙ୍ଗଲରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର

BJD

କୋରାପୁଟ: ଆଜି ଲମତାପୁର ଅଞ୍ଚଳରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୁଲିସ । ପୁଲିସ ବାଲିଗୁଡ଼ା ଜଙ୍ଗଲରେ ଚଢ଼ାଉ କରି ଏହାକୁ ଜବତ କରିଛି । ବେଆଇନ ଭାବେ ଚାଲାଣ କରାଯିବା ପାଇଁ ଏକ ଗାଡ଼ିରେ ଲୋଡ଼ କରାଯାଉଥିବା ସମୟରେ ପୁଲିସ ଏହି ଗଞ୍ଜେଇ ଜବତ କରିଛି । ତେବେ ଗାଡ଼ିଟି ଭୁବନେଶ୍ୱରରେ ରେଜିଷ୍ଟର ହୋଇଥିବା ଜଣାପଡ଼ିଛି ।

ଏହି ଘଟଣା କୋରାପୁଟ ଜିଲ୍ଲା ଲମତାପୁର ଅଞ୍ଚଳରୁ ଆସିଛି । ମାଛକୁଣ୍ଡ ପୁଲିସ ଜଙ୍ଗଲରେ ଚଢ଼ାଉ କରିଥିବା ସମୟରେ ଏହି ଗଞ୍ଜେଇ ଜବତ କରିଛି । ଏହା ସହିତ ଉକ୍ତ ଗାଡ଼ିଟିକୁ ମଧ୍ୟ ଘଟଣାସ୍ଥଳରୁ ଜବତ କରିଛି ।

ଏହି ଘଟଣାକୁ ନେଇ ଅଧିକ ତଥ୍ୟ ମିଳି ପାରିନାହିଁ । ତେବେ ଏହି ଘଟଣା ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ପୁଲିସ କବଳରୁ ରକ୍ଷା ପାଇବାରେ ସଫଳ ହୋଇଛନ୍ତି । ଏପର୍ଯ୍ୟନ୍ତ ପୁଲିସ ସେମାନଙ୍କ ବିଷୟରେ କୌଣସି ତଥ୍ୟ ପାଇପାରିନାହିଁ ।

 

Get real time updates directly on you device, subscribe now.