fbpx

OPSCର ଗୁରୁତ୍ୱପୂର୍ଣ୍ଣ ସୂଚନା: ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ ଅଫିସର ଆବେଦନକାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ: ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଆୟୁର୍ବେଦିକ ମେଡିକାଲ ଅଫିସର ଓ ହୋମିଓପାଥିକ ମେଡିକାଲ ଅଫିସର ପଦରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଆସନ୍ତା ମାସ ୩ ତାରିଖ ରବିବାର ଦିନ ଏହି ପଦ ପାଇଁ ଲିଖିତ ପରୀକ୍ଷା କରାଯିବ । ଏନେଇ ଅଧିକ ସୂଚନା ଜାଣିବା ପାଇଁ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ ।

ଆୟୁର୍ବେଦିକ ମେଡିକାଲ ଅଫିସର ଓ ହୋମିଓପାଥିକ ମେଡିକାଲ ଅଫିସର ପଦର ପେପର-୧ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ୧୧.୩୦ରେ ସମାପ୍ତ ହେବ । ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଅଧିକ ୩୦ ମିନିଟ୍ ସମୟ ଦିଆଯିବ । ଏହାପରେ ପେପର-୨ ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ୩.୩୦ରେ ସମାପ୍ତ ହେବ । ସେହି ପରୀକ୍ଷାରେ ମଧ୍ୟ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଅଧିକ ୩୦ ମିନିଟର ସମୟ ପାଇବେ ।

ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୁର୍ବେଦିକ ମେଡିକାଲ ଅଫିସର ଓ ହୋମିଓପାଥିକ ମେଡିକାଲ ଅଫିସର ପଦ ପାଇଁ ପରୀକ୍ଷା କରାଯିବ । ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୁର୍ବେଦିକ ମେଡିକାଲ ଅଫିସର ଲିଖିତ ପରୀକ୍ଷା ଓ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋମିଓପ୍ୟାଥିକ ମେଡିକାଲ ଅଫିସର ଲିଖିତ ପରୀକ୍ଷା କରାଯିବ । ଏନେଇ ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ପରୀକ୍ଷା କେନ୍ଦ୍ର ବାବଦରେ ପରବର୍ତ୍ତୀ ସମୟରେ ପ୍ରାର୍ଥୀଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.