fbpx
BSKY SKY
BSKY SKY

ନାସିକରେ ବଡ ଟ୍ରେନ ଦୁର୍ଘଟଣା: ପବନ ଏକ୍ସପ୍ରେସର ୧୦ ବଗି ଲାଇନଚ୍ୟୁତ ହେବା ପରେ ହେଲ୍ପଲାଇନ ନମ୍ବର ଜାରି

BSKY

ନୂଆଦିଲ୍ଳୀ: ମହାରାଷ୍ଟ୍ରରେ ଘଟିଯାଇଛି ଏକ ବଡ ଧରଣର ରେଳ ଦୁର୍ଘଟଣା । ନାସିକ ନିକଯରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଟ୍ରେନର ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ବିହାର ଯିବା ବାଟରେ ଲୋକମାନ୍ୟ ତିଲକ-ଜୟନଗର ଏକ୍ସପ୍ରେସ(ପବନ ଏକ୍ସପ୍ରେସ) ଏହି ଦୁର୍ଘଟରାର ଶିକାର ହୋଇଛି । ତେବେ ଏହି ଦୁର୍ଘଟଣାରେ କୌଣସି ମୃତ କିମ୍ବା ଗୁରୁତର ଆହତ ହୋଇଥିବା ଜଣାପଡିନାହିଁ ।

ଦୁର୍ଘଟଣା ପରେ ମେଡିକାଲ ଭ୍ୟାନ ଏବଂ ଦୁର୍ଘଟଣା ରିଲିଫ ଟ୍ରେନ ଘଟଣାସ୍ଥଳକୁ ପଠାଯାଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀଙ୍କୁ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି । ଦୁର୍ଘଟଣା ଘଟିଥିବା ସ୍ଥାନ ନିକଟରେ ଟ୍ରାକରୁ ଏକ ମୃତଦେହ ଠାବ କରାଯାଉଛି । ତେବେ ଟ୍ରେନ ଦୁର୍ଘଟଣାର ଶିକାର ହେବା ପରେ ଅନେକ ଟ୍ରେନର ରୁଟ ପରିବର୍ତ୍ତନ କରାଯାଇଛି । ଦୁର୍ଘଟଣା ପରେ ସେଣ୍ଟ୍ରାଲ ରେଲୱେ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି ।

Get real time updates directly on you device, subscribe now.