fbpx

ସମାଜସେବୀ ଚନ୍ଦ୍ରଗୁପ୍ତ ପ୍ରସାଦଙ୍କୁ କଳିଙ୍ଗ ଧ୍ୱଜ ଓଡ଼ିଶା ଗୌରବ ସମ୍ମାନ ପୁରସ୍କାର

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ପବିତ୍ର ଉତ୍କଳ ଦିବସ ଅବସରରେ ଝାରସୁଗୁଡ଼ା ଅପର୍ଣ୍ଣା ୱାର୍ଲ୍ଡ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ମାନବ ଅଧିକାର କମ୍ୟୁନିଟି ଭାରତ ପକ୍ଷରୁ ଆୟୋଜିତ ହୋଇଯାଇଛି କଳିଙ୍ଗ ଧ୍ୱଜ ଓଡ଼ିଶା ଗୌରବ ସମ୍ମାନ-୨୦୨୨ ।  ଏହି କାର୍ଯ୍ୟକ୍ରମକୁ ଆଇଏଚଆରସି, ଭାରତର ଜାତୀୟ ନିର୍ଦ୍ଦେଶକ ଶିବ ନାରାୟଣ ପାତ୍ର ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ନିଜର ଯୋଗଦାନ ତଥା ସମାଜସେବା ପାଇଁ ସାମଜସେବୀ ଚନ୍ଦ୍ରଗୁପ୍ତ ପ୍ରସାଦଙ୍କୁ କଳିଙ୍ଗ ଧ୍ୱଜ ଓଡ଼ିଶା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଚନ୍ଦ୍ରଗୁପ୍ତ ପ୍ରସାଦ ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି, ଏବଂ ବଡ଼ବିଲ ମାଇନିଙ୍ଗ ଏରିଆ ଟ୍ରକ ମାଲିକ ସଂଘ ର ଜେନେରାଲ ସେକ୍ରେଟେରୀଙ୍କ ଭାବରେ ମଧ୍ୟ କାମ କରୁଛନ୍ତି ।

Get real time updates directly on you device, subscribe now.