fbpx

ଗିରଫ ହେଲେ ଆରଏମସି ଇନସ୍ପେକ୍ଟର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କରିଥିଲା ରେଡ୍

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସର୍ଗିପାଲି ଆରଏମସି ଇନସ୍ପେକ୍ଟର ବନମାଳୀ ନାଏକ ବନମାଳୀ ନାଏକଙ୍କର ୨.୭୧ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ ।

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଭିଜିଲାନ୍ସ ଚଢ଼ଉ କରିଥିଲା । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚଢ଼ଉ ହୋଇଥିଲା । ଏକକାଳୀନ ପାଞ୍ଚଟି ସ୍ଥାନରେ ଚଢ଼ଉ କରାଯାଇଥିବାବେଳେ ଚଢ଼ଉରେ ୫ ଡିଏସପି, ୭ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଅନ୍ୟ ଭିଜିଲାନ୍ସ ଅଧିକାରୀ ରହିଥିଲେ । ଚଢ଼ଉବେଳେ ବନମାଳୀ ନାଏକଙ୍କର ୨ କୋଟି ୭୧ ଲକ୍ଷର ସଂପତ୍ତି ଠାବ କରିଛି ଭିଜିଲାନ୍ସ । ତାଙ୍କର ୨ ମହଲା ଘର, ୬୨.୨୭ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍, ସୁନ୍ଦରଗଡ଼ରେ ୪ଟି ପ୍ଲଟ ସଂ ୨ ଲକ୍ଷ ୯୮ ହଜାର ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ ।

 

Get real time updates directly on you device, subscribe now.