fbpx

ରାତିସାରା ମାଲିକର ଶବକୁ ଜଗି ରହିଲା କୁକୁର, ଥାନାଧିକାରୀ କଲେ ଶବସତ୍କାର

କୁହାଯାଏ ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ ହେଉଛି କୁକୁର । ମଣିଷ ହୁଏତ ଧୋକା ଦେଇପାରେ କିନ୍ତୁ କୁକୁର ନୁହେଁ । ସବୁବେଳେ ନିଜ ମାଲିକଙ୍କ ପାଇଁ ସେଥାଏ ବିଶ୍ୱସ୍ତ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ବିମଲାଗଡ଼ ଅଞ୍ଚଳରେ । ଯେଉଁଠାରେ ନିଜ ଭିକ୍ଷୁକ ମାଲିକର ମୃତ୍ୟୁ ପରେ ବି ଶବ ପାଖରେ ସାରା ରାତି ଜଗିରହିଥିଲା ବିଶ୍ୱସ୍ତ କୁକୁର । ଆଉ କୁକୁରଟିର ଏଭଳି ବିଶ୍ୱସନୀୟତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ ।

ଏହି ସମୟରେ ଆଉ ଏକ ମଣିଷ ପଣିଆର ଉଦାହରଣ ମଧ୍ୟ ଦେଖିବାକୁ ମିଳିଥିଲା । ଭିକାରୀର ମୃତ୍ୟୁ ଖବର ପାଇବା ପରେ କେ.ବଲାଙ୍ଗ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ ଏବଂ ସହକର୍ମୀ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ସତ୍କାର ପାଇଁ ନିଜ ହାତରେ କୋକେଇ ତିଆରି କରିଥିଲେ ଏବଂ ନିଜ କାନ୍ଧରେ ବୋହି ନେଇଥିଲେ ଏବଂ ସସମ୍ମାନେ ଶବଟିର ସତ୍କାର କରିଥିଲେ, ଯାହାକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଥାନା ଅଧିକାରୀଙ୍କ ମହାନତା ପାଇଁ ପ୍ରଶଂସାର ସୁଅ ଛୁଟୁଛି ।

Get real time updates directly on you device, subscribe now.