fbpx
BSKY SKY
BSKY SKY

ଧୋନୀ ଭାଙ୍ଗିବେ ଏହି ଦୁଇ ଖେଳାଳିଙ୍କ ରେକର୍ଡ: ଏଣ୍ଟ୍ରି ସହିତ ସାଥୀ ଖେଳାଳିଙ୍କୁ ପଛରେ ପକାଇଲେ ମାହି

BSKY

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ଦୁଇ ଖେଳାଳିଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ପଞ୍ଜାବ ବିପକ୍ଷ ମ୍ୟାଚରେ ଏଣ୍ଟ୍ରି ମାରିବା କ୍ଷଣି ଗୋଟିଏ ରେକର୍ଡ ନିଜ ନାମରେ କରି ସାରିଥିବା ବେଳେ ଆଉ ଏକ ରେକର୍ଡ ଭାଙ୍ଗିବାରୁ ସେ ମାତ୍ର ୩ଟି ବଡ ଶଟ ପଛରେ ରହିଛନ୍ତି । ତେବେ ଆଜି ପଡିଆରେ ଓହ୍ଳାଇବା ପରେ ସେ ସାଥୀ ଖେଳାଳି ରୋହିତ ଶର୍ମାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।

ଧୋନୀ ଆଜି ନିଜ କ୍ୟାରିୟରର ୩୫୦ତମ ଟି-୨୦ ମ୍ୟାଚ ଖେଳୁଛନ୍ତି । ଏହି ରେକର୍ଡ କରିବାରେ ଧୋନୀ ଦ୍ୱିତୀୟ ଭାରତୀୟ ପାଲଟିଛନ୍ତି । ପୂର୍ବରୁ ଏହି ରେକର୍ଡ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏହି ଉପଲବ୍ଧି ହାସଲ କରଥିଲେ । ରୋହିତ ଏପର୍ଯ୍ୟନ୍ତ ମୋଟ ୩୭୨ଟି ମ୍ୟାଚ ଖେଳି ସାରିଛନ୍ତି । ଏହାପରେ ଦ୍ୱିତୀୟରେ ଧୋନୀ ନିଜର ୩୫୦ତମ ମ୍ୟାଚ ଖେଳୁଛନ୍ତି । ତୃତୀୟରେ ସୁରେଶ ରୈନା ୩୩୬ ଏବଂ ଦିନେଶ କାର୍ତ୍ତିକ ୩୨୯ଟି ଟି-୨୦ ମ୍ୟାଚ ଖେଳିଥିବା ବେଳେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୩୨୮ ମ୍ୟାଚ ଖେଳି ପଞ୍ଚମ ସ୍ଥାନରେ ରହିଛନ୍ତି ।

ଅନ୍ୟ ପକ୍ଷରେ ଆଜିର ମ୍ୟାଚରେ ଧୋନୀ ନିଜ ସାଥୀ ଖେଳାଳି ସୁରେଶ ରାଇନାଙ୍କର ଏକ ରେକର୍ଡକୁ ମଧ୍ୟ ଭାଙ୍ଗିବାର ସୁଯୋଗ ରହିଛି । ଚେନ୍ନାଇ ତରଫରୁ ଖେଳି ଧୋନୀ ଏପର୍ଯ୍ୟନ୍ତ ମୋଟ ୨୧୭ଟି ଛକା ମାରି ସାରିଛନ୍ତି । ତେବେ ଏହି ତାଲିକାରେ ଧୋନୀଙ୍କ ଆଗରେ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ରହିଛନ୍ତି । ରାଇନା ଏପର୍ଯ୍ୟନ୍ତ ମୋଯ ଚେନ୍ନାଇ ପାଇଁ ୨୧୯ଟି ଛକା ମାରିଛନ୍ତି । ତେବେ ଧୋନୀ ଯଦି ଆଜିର ମ୍ୟାଚରେ ୩ଟି ବଡ ଶଟ ଖେଳନ୍ତି ରାଇନାଙ୍କୁ ଏହି ତାଲିକାରୁ ହଟାଇ ଟପ-୫ରେ ନିଜ ସ୍ଥାନ ପକ୍କା କରିବେ ମାହି । ସେପେଟେ ଏହି ତାଲିକାରେ ୨୬୩ ଛକା ସହ ଏକ ନମ୍ବରରେ ରହିଛନ୍ତି କ୍ରିସ ଗେଲ । ସେହିପରି ଦ୍ୱିତୀୟରେ ମୁମ୍ବାଇ ପାଇଁ ପୋଲାର୍ଡ ୨୪୯ ଛକା, ବାଙ୍ଗାଲୋର ପାଇଁ ଏବିଡି ୨୪୦ ଛକା ଲଗାଇଛନ୍ତି । ଏହାପରେ ବିରାଟ କୋହଲି ରେ ମୋଟ ୨୨୬ ଛକା ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି । ପଞ୍ଚମ ସ୍ଥାନରେ ରାଇନା ରହିଥିବା ବେଳେ ଆଜି ୩ଟି ଛକା ମାରିଲେ ଧୋନୀ ଏହି ସ୍ଥାନ ହାସ କରିବେ ।

IPL 2021 | MS Dhoni wouldn't think about replacing Suresh Raina with someone else, asserts Virender Sehwag

Get real time updates directly on you device, subscribe now.