fbpx

ଅଫିସରେ ପଶି ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା: ୨ ଗିରଫ

ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତରେ ଅଫିସ ଭିତରେ ପଶି ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼ ମାରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଦୋଳ ଗୋବିନ୍ଦ ସାହୁ ଏବଂ ଅନ୍ୟ ଜଣେ ଚାଷୀ ଉଦୟଭାନୁ ସାହୁ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ, ଶନିବାର ଦିନ ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନବନିର୍ମାଣ କୃଷକ ସଂଗଠନର ସଂଯୋଜକଙ୍କ ସହ ପଟ୍ଟାମୁଣ୍ଡାଇ ତହସିଲଦାର ହାତାହାତି ହୋଇଥିଲେ । ତହସିଲଦାର ଦିଲୀପ ସେଠୀଙ୍କ ସହ ପ୍ରଥମେ ନବନିର୍ମାଣ କୃଷକ ସଂଗଠନର ସଂଯୋଜକଙ୍କ ସହ କଥା କଟାକଟି ପରେ ଠେଲାପେଲା ହୋଇଥିଲା ଆଉ ଏଥିରେ ଉତକ୍ଷିପ୍ତ ହୋଇ ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ଦୋଳଗୋବିନ୍ଦ ସାହୁ ଓ ଅନ୍ୟ ଜଣେ ସହଯୋଗୀ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିଲେ । ପରେ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ।

କଣିପାଳ ଗାଁରେ ଚାଷଜମିରେ ଇଟାଭାଟିକୁ ନେଇ ଅସନ୍ତୋଷ ଥିଲା, ଇଟାଭାଟିକୁ ବିରୋଧ କରି ଗାଁର କିଛି ଚାଷୀ ଧାରଣା ଦେଇଥିଲେ । ହେଲେ ଚାଷୀଙ୍କ ଧାରଣା ସତ୍ତେ୍ୱ ତହସିଲଦାର କିଛି ଶୁଣିନଥିବା ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ସଂପୃକ୍ତ ୨ ଜଣ ତହସିଲଦାରଙ୍କୁ ପିଟିଥିଲେ ।

 

Get real time updates directly on you device, subscribe now.