fbpx
BJD SKY
BJD SKY

କର୍ଣ୍ଣାଟକର ଏକ ବ୍ରିଜରୁ ଖସିବା ପରେ ବସରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଧ

BJD

ହାଇଦ୍ରାବାଦ: କର୍ଣ୍ଣାଟକର ଗୁଲବର୍ଗ ଜିଲାରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସର ଚାଳକ ନିୟନ୍ତ୍ରଣ ହରାଇଥିଲେ ଫଳରେ ବସଟି ବ୍ରିଜ ତଳକୁ ଖସି ଯାଇ ବସରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ବସଟି ବ୍ରିଜରୁ ୧୬୦ଫୁଟ ତଳକୁ ଖସି ଯାଇଥିବା ସୂଚନା ମିଳିଛି।

ସୂଚନାଥାଉ କି ୩୨ଜଣ ଯାତ୍ରୀରେ ଭରା ଏହି ବସଟି ହାଇଦ୍ରାବାଦ ଯାଉଥିଲା। ଗୋଆରୁ କର୍ଣ୍ଣାଟକ ରାସ୍ତାରେ ଯାଉଥିବା ସମୟରେ ବସଟି ଏକ ମାଲବାହୀ ଗାଡି ସହ ଧକ୍କା ହୋଇଥିଲା। ଯାହା ଫଳରେ ବସର ଡ୍ରାଇଭର ନିୟନ୍ତ୍ରଣ ହରାଇ ବସଟିକୁ ବ୍ରିଜ ତଳକୁ ଖସାଇ ଦେଇଥିଲା। ତଳେ ପଡ଼ିବା କ୍ଷଣି ହିଁ ଡିଜେଲ ବାହାରିଥିଲା ଯେଉଁଥିପାଇଁ ବସରେ ନିଆଁ ଲାଗି ଯାଇଥିଲା। ସମସ୍ତ ଯାତ୍ରୀ ବସରୁ ବାହାରିବା ପୂର୍ବରୁ ବସରେ ଲାଗିଥିବା ନିଆଁ ଭୟଙ୍କର ରୂପ ନେଇଥିଲା। ବସରେ ଫସି ରହିଥିବା ୧୦ ଜଣ ଯାତ୍ରୀଙ୍କର ଏହି ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।

ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣାରେ ୧୬ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ବସର ଡ୍ରାଇଭର ଓ ହେଲପେରକୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 

 

Get real time updates directly on you device, subscribe now.