fbpx
BJD SKY
BJD SKY

ତୁର୍କୀ ଖରାପ କହି ଫେରାଇ ଦେଲା, ଏବେ ସେହି ଗହମକୁ ଭାରତଠୁ କିଣୁଛି ଏହି ଦେଶ

BJD

ନୂଆଦିଲ୍ଲୀ: ତୁର୍କୀ ଭାରତର ଯେଉଁ ଗହମକୁ ଖରାପ କହି ଫେରାଇ ଦେଇଛି ସେହି ଗହମ ଟ୍ରିପ ନେବାକୁ ଆଗ୍ରହ ପ୍ରକାଶ କରିବାରୁ ଇଜିପ୍ଟ ପଠାଇ ଦିଆଯାଇଛି। ରୁଷ ଏବଂ ୟୁକ୍ରେନ ଯୁଦ୍ଧ କାରଣରୁ ଇଜିପ୍ଟ ପାଉଁରୁଟିର ଘୋର ଅଭାବର ସମ୍ମୁଖୀନ ହୋଇଛି।

ଗହମର ସବୁଠୁ ବଡ ଆମଦାନୀକାରୀ ଦେଶ ମଧ୍ୟରୁ ଗୋଟିଏ ହେଉଛି ଇଜିପ୍ଟ। ଭାରତ ସହିତ ଅନ୍ୟ ଦେଶରୁ କମ ମୂଲ୍ୟରେ ଗହମ କିଣିବାକୁ ଚାହେଁ ଇଜିପ୍ଟ। ଇଂରାଜୀ ଖବର କାଗଜ ଲାଇଭ ମିଣ୍ଟ ଅନୁଯାୟୀ, ତୁର୍କୀ ଯେଉଁ ଗହମକୁ ଖରାପ ଗୁଣବତ୍ତା କହି ନେବାକୁ ମନା କରି ଦେଇଥିଲା, ସେହି ଗହମକୁ ଇଜିପ୍ଟ ପଠାଇ ଦିଆଯାଇଛି।

ଭାରତ ମେ ୧୩ରେ ଗହମ ରପ୍ତାନୀ ଉପରେ କଟକଣା ଲଗାଇଥିଲା। ଏହା ପୂର୍ବରୁ ଭାରତ ତୁର୍କୀ ପାଇଁ ଗହମର ୫୬୦୦୦ ଟନ ଟ୍ରିପକୁ ମଞ୍ଜୁରୀ ଦେଇଥିଲା। ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଗୁରୁବାର କହିଛନ୍ତି ଯେ, ଗହମ ଟ୍ରିପକୁ ଭାରତରୁ ପଠାଯିବା ପୂର୍ବରୁ କ୍ଵାରଣ୍ଟିନ ଏବଂ ଅନ୍ୟ ଜରୁରୀ ପ୍ରକ୍ରିୟା ପାଳନ କରାଯାଇଥିଲା। ଗହମ ଟ୍ରିପ ନେବାକୁ ମନା କରିବା ନେଇ ତୁର୍କୀ ସହିତ ଏ ପର‌୍ୟ୍ୟନ୍ତ କୌଣସି ଆନୁଷ୍ଠାନିକ କଥାବାର୍ତ୍ତା କରାଯାଇନଥିବା ସଚିବ କହିଛନ୍ତି।

ପାଣ୍ଡେ କହିଛନ୍ତି, ଉକ୍ତ ଗହମ ଟ୍ରିପ ଭାରତୀୟ କମ୍ପାନୀ ଆଇଟିସି ଲିମିଟେଡର ଥିଲା। ରାଜିନାମା ଅନୁଯାୟୀ, ଆର୍ଥିକ ନେଣଦେଣ ପୂରା ହୋଇ ସାରିଥିଲା। ଭାରତୀୟ କମ୍ପାନୀ ଏହି ଗହମ ବିଦେଶୀ କମ୍ପାନୀକୁ ବିକ୍ରି କରିଥିଲା, ଯେଉଁଠୁ ଏହି ଗହମ ତୁର୍କୀ କମ୍ପାନୀ ନିକଟରେ ପହଞ୍ଚିଥିଲା।

 

Get real time updates directly on you device, subscribe now.