fbpx
BJD SKY
BJD SKY

ଇଡିରେ ହାଜର ହେଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଆଜି ଇଡିରେ ହାଜର ହୋଇଛନ୍ତି । ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକଙ୍କୁ ଜେରା କରୁଛି ଇଡି । ଆଜି ହାଜିର ହେବା ପାଇଁ ଇଡି ପକ୍ଷରୁ ନୋଟିସ ଜାରି ହୋଇଥିଲା ।

ତେବେ ଅର୍ଥତତ୍ତ୍ବ ସଂସ୍ଥାରୁ ଆସିଥିବା ବେଆଇନ ଆର୍ଥିକ କାରାବରକୁ ନେଇ ଜେରା କରୁଛି ଇଡି । ଜେରା ପାଇଁ ପୂର୍ବରୁ ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ନୋଟିସ କରିଥିଲା ଇଡି । ଟଙ୍କା କୁଆଡେ ଗଲା ଓ କେଉଁଠି ଟଙ୍କା ବିନିଯୋଗ ହୋଇଛି ସେ ନେଇ ଛାନଭିନ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଏହି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ ପୂର୍ବତନ ବାଙ୍କୀ ବିଧାୟକ ।

Get real time updates directly on you device, subscribe now.