fbpx
BJD SKY
BJD SKY

ସଡ଼କ ଦୁର୍ଘଟଣା ପାଇଁ ୧୦ ଲକ୍ଷ ଟଙ୍କା ଜରିମାନା? ଜାଣନ୍ତୁ କ’ଣ କହୁଛି IPCର ଧାରା ୧୦୬

BJD

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଏଥିରେ ହେଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ଖୁବ ମାତ୍ରାରେ ବୃଦ୍ଧି ହୋଇଛି । କିନ୍ତୁ ଏବେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ଅସାବଧାନତା ଯୋଗୁଁ ସଡ଼କ ଦୁର୍ଘଟଣାରେ ହୋଇଥିବା ମୃତ୍ୟୁ ପାଇଁ ଗାଡ଼ି ଚାଳକଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇପାରେ । ଏ ନେଇ ଏକ ସୋସିଆଲ ମିଡିଆ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଏ ନେଇ କ’ଣ କହୁଛି ଭାରତୀୟ ପିଙ୍ଗଳ କୋର୍ଟର ୧୦୬ ଧାରା ।

ସୁପ୍ରିମକୋର୍ଟଙ୍କ ତରଫରୁ ଜାରି ହୋଇଥିବା ନୂଆ ନିୟମ ଅନୁସାରେ, ଏହି ପୋଷ୍ଟ ସମ୍ପୂର୍ଣ୍ଣ ମିଛ ଏବଂ ଗୁଜବ । ସଡ଼କ ଦୁର୍ଘଟଣାରେ ଅସାବଧାନତା ଯୋଗୁଁ ହୋଇଥିବା ମୃତ୍ୟୁ ମାମଲାରେ ଗାଡ଼ି ଚାଳକଙ୍କ ଉପରେ ୧୦ ଲକ୍ଷ ଜରିମାନା ଲାଗୁ ହୋଇ ପାରିବ ନାହିଁ । କାରଣ ଏ ନେଇ ଆଇନରେ ସାମିଲ ହୋଇଥିବା ନୂଆ ନିୟମରେ ୧୦ ଲକ୍ଷ ଟଙ୍କାର ଜରିମାନାକୁ ନେଇ କିଛି ଉଲ୍ଲେଖ ନାହିଁ । ସଡ଼କ ଦୁର୍ଘଟଣା ସଂଖ୍ୟାରେ ଯଥେଷ୍ଠ ବୃଦ୍ଧିକୁ ନଜରରେ ରଖି ସୁପ୍ରିମକୋର୍ଟ ଏକ ମାମଲାରେ ଏହି ଅବଜରଭେସନ୍ ଦେଇଛନ୍ତି । ଅସାବଧାନତା ଭାବରେ ଗାଡ଼ି ଚଳାଇବା ସମୟରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ଏଭଳି ମାମଲାରେ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ । ତେଣୁ ଏହାପରେ କେନ୍ଦ୍ର ସରକାର ଏଭଳି ମାମଲା ପାଇଁ ଆଇନରେ ଏକ ଧାରା ଯୋଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ନିୟମରେ କ’ଣ ଲେଖା ଅଛି?

ଏଭଳି ମାମଲାକୁ ନଜରରେ ରଖି ଭାରତୀୟ ଆଇନରେ ଧାରା ୧୦୬ ସବ୍ ସେକ୍ସନ ୧ଏବଂ ସବ ସେକ୍ସନ ୨ ସାମିଲ କରାଯାଇଛି । ଧାରା ୧୦୬(୧) ଅନୁସାରେ, ଯଦି କୌଣସି ଉତ୍ତେଜନାମୂଳକ ବା ଅପେକ୍ଷାପୂର୍ଣ୍ଣ କିଛି ଏପରି କାର୍ଯ୍ୟ ଯୋଗୁଁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ, ଯାହା ଅପରାଧିକ ମାନବ ବଧ ଅନ୍ତର୍ଗତ ହୋଇନଥାଏ । ତେବେ ଏହି ମାମଲାରେ ଚାଳକଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ହେବା ସହ ଜରିମାନା ଲାଗୁ କରାଯାଇ ପାରେ ।

ସରକାର ଭାରତୀୟ ଦଣ୍ଡବିଧିରେ ନୂତନ ନିୟମ ଧାରା ୧୦୬ ରେ ସବ୍ ସେକ୍ସନ ଦୁଇ ଯୋଡିଛନ୍ତି। ଏଥିରେ କୁହାଯାଇଛି ଯେ, ଯଦି କୌଣସି ଗାଡି ଚାଳନା କିମ୍ବା ଅବହେଳା ଚାଳନା ଯୋଗୁଁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟାଇଥାଏ, ଯାହା ଅପରାଧିକ ମାନବ ବଧ ଅନ୍ତର୍ଗତ ହୋଇନଥାଏ । କିନ୍ତୁ ଯଦି ଘଟଣାର ତୁରନ୍ତ ପରେ ସେ ପୋଲିସ କିମ୍ବା ମାଜିଷ୍ଟ୍ରେଟଙ୍କୁ ନ ଜଣାଇ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଆନ୍ତି, ତେବେ ତାଙ୍କୁ ୧୦ ବର୍ଷ ପର୍ୟ୍ୟନ୍ତ ଜେଲ୍ ହୋଇପାରେ ଏବଂ ଜୋରିମାନା ମଧ୍ୟ ଲାଗୁ କରାଯାଇପାରେ । କିନ୍ତୁ ନୂତନ ଆଇନର କୌଣସି ସ୍ଥାନରେ ଲେଖା ନାହିଁ ଯେ ଡ୍ରାଇଭରକୁ ଦୁର୍ଘଟଣା ପାଇଁ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ।

Get real time updates directly on you device, subscribe now.