fbpx
BSKY SKY
BSKY SKY

ଲୋକାର୍ପିତ ହେଲା ଦେଶର ପ୍ରଥମ ମହିଳା ସୈନିକ ସ୍କୁଲ: ଜାଣନ୍ତୁ କିପରି ନେବେ ଆଡ଼ମିଶନ

BSKY

ନୂଆଦିଲ୍ଲୀ: ଦେଶରେ ମହିଳା ତଥା ଝିଅମାନଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ତେବେ ଏହା ମଧ୍ୟରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଦେଶରେ ଝିଅମାନଙ୍କ ପାଇଁ ପ୍ରଥମ ସୈନିକ ସ୍କୁଲ ଉତ୍ତର ପ୍ରଦେଶର ବୃନ୍ଦାବନରେ ଆଜି ଉଦଘାଟନ କରାଯାଇଛି । ଏହି ସ୍କୁଲରେ ୧୨୦ଟି ସିଟ ଥିବା ବେଳେ ଏଠାରେ ଷଷ୍ଠ ଶ୍ରେଣୀରେ ଆଡ଼ମିସନ ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ । ତେବେ ଆସନ୍ତା ୨୧ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଯାଉଥିବା ସୂଚନା ମିଳିଛି ।

ସ୍କୁଲରେ ପୂର୍ବତନ ସୈନିକମାନେ ଏବଂ ଏନସିସି ପ୍ରଶିକ୍ଷକମାନଙ୍କ ଦ୍ୱାରା ଖେଳ ଏବଂ ଅନ୍ୟ ପ୍ରଶିକ୍ଷଣ ଦିଆଯିବ । ଏହା ସହିତ ପିଲାମାନେ ସିବିଏସଇ ବୋର୍ଡ଼ ଅଧୀନ ସିଲାବସ ଆଧାରରେ ନିଜ ପାଠପଢ଼ା ମଧ୍ୟ ଜାରି ରଖିବେ । ତେବେ ଆଜି ଭାରତ ସରକାରଙ୍କ ଦ୍ୱାରା ଅନୁମତି ମିଳିବା ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହି ବିଦ୍ୟାଳୟକୁ ଲୋକାର୍ପିତ କରାଯାଇଛି । ଏହି ବିଦ୍ୟାଳୟର ନାମ ‘ସମବିଦ ଗୁରୁକୁଳମ ବାଳିକା ସୈନିକ ସ୍କୁଲ’ ରଖାଯାଇଛି । ଏ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.