fbpx

Big Breaking: ହାଇୱା ଧକ୍କାରେ ୨ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଛକ ନିକଟରେ । ତେବେ ରାସ୍ତାରେ ଏକ ହାଇୱା ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ଉଭୟ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ହାଇୱା ସେଠାରୁ ଫେରାର ହୋଇ ଯାଇଥିଲା ।

ତେବେ ଦୁର୍ଘଟଣା କରି ପଳାଇ ଯାଉଥିବା ସମୟରେ ହାଇୱାରେ ହଠାତ ସ୍କୁଟିରୁ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବର୍ତ୍ତମାନ ଉତ୍ତେଜନା ଦେଖା ଦେଇଥିବା ବେଳେ ପୁଲିସ ଏବଂ ଉତ୍ତକ୍ତ୍ୟ ଳୋକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏପରିକି ଲୋକମାନେ ସେଠାରେ ପୁଲିସ ଗାଡ଼ିକୁ ମଧ୍ୟ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୁଲିସ ଲୋକମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା ।

 

Get real time updates directly on you device, subscribe now.