fbpx
BSKY
BJD MC SKY
BJD YOUTH SKY

ଆତଙ୍କବାଦୀଙ୍କ ଟାର୍ଗେଟରେ ୧୦ ନେତା, କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ପକ୍ଷରୁ ସୁରକ୍ଷା ବଢ଼ାଇବାକୁ ନିର୍ଦ୍ଦେଶ

ଚଣ୍ଡିଗଡ଼/ନୂଆଦିଲ୍ଲୀ,: ପଞ୍ଜାବର କେତେଜଣ ଭିଭିଆଇପିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏନେଇ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସତର୍କ କରାଇ ଦେଇଛି । ଏଥିସହ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ନେତାମାନଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଗୁଇନ୍ଦା ଏଜେନ୍ସି ପଞ୍ଜାବ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛି । ଆପାତତଃ ଆତଙ୍କବାଦୀଙ୍କ ଟାର୍ଗେଟରେ ପଞ୍ଜାବର ୧୦ ନେତା ରହିଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁଖଜିନ୍ଦର ରନ୍ଧୱା, ବିଜୟନ୍ଦ୍ର ସିଙ୍ଗଲା ଓ ପୂର୍ବତନ ବିଧାୟକ ପରମିନ୍ଦର ସିଂ ପିଙ୍କି ପ୍ରମୁଖ ରହିଛନ୍ତି । ଏନେଇ ପଞ୍ଜାବ ପୋଲିସକୁ ସତର୍କ ସୂଚନା ପ୍ରଦାନ କରାଯାଇଛି । ପଞ୍ଜାବର ଶାନ୍ତିକୁ ବିଗାଡ଼ିବା ପାଇଁ ଆତଙ୍କବାଦୀମାନେ ଏହି ୧୦ ଜଣ ନେତାଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି । ଏଥିମଧ୍ୟରୁ ୪ ଜଣ କଂଗ୍ରେସର ବୋଲି ସୂଚନା ଦିଆଯାଇଛି ।

ମିଳିଥିବା ସୂଚନାନୁଯାୟୀ, ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ପଞ୍ଜାବରେ ହଟଚମଟ ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି । ଗୁଇନ୍ଦା ଏଜେନ୍ସି ମଧ୍ୟ ଏନେଇ କଡ଼ା ନଜର ରଖିଛି । ଆତଙ୍କବାଦୀମାନେ ଚଣ୍ଡିଗଡ଼ ଏବଂ ମୋହାଲିରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଗୁଇନ୍ଦା ଏଜେନ୍ସିରୁ ମିଳିଥିବା ସୂଚନା ଆଧାରରେ ପଞ୍ଜାବ ପୋଲିସକୁ ଅନେକ ଗୁରୁତ୍ୱୂର୍ଣ୍ଣ ତଥ୍ୟ ମିଳିାରିଛି । ସତର୍କ ସୂଚନା ପରେ ପଞ୍ଜାବ ପୋଲିସ ଏବଂ ମହରାଷ୍ଟ୍ର ଏଟିଏସ୍‌ ମିଳିତ ଅପରେସନରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲେ । ସନ୍ଦିଗ୍ଧ ବ୍ୟକ୍ତି ପଞ୍ଜାବ ପୋଲିସର ସବ୍‌ଇନ୍ସପେକ୍ଟର ଦିଲବାଗ ସିଂଙ୍କ କାର୍‌ରେ ବୋମା ଲଗାଇବାକୁ ଯୋଜନା କରିଥିଲା । ତେବେ ଶେଷ ମୁହୂର୍ତ୍ତରେ ଏହା ବିଫଳ ହୋଇଥିଲା । କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଆଧାରରେ ପଞ୍ଜାବର ଏହି ୧୦ ନେତାଙ୍କ ସମେତ ଅନ୍ୟ କେତେଜଣ ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅତି ଆବଶ୍ୟକ ନଥିଲେ ପଦାକୁ ନଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.