fbpx
BSKY
BJD MC SKY
BJD YOUTH SKY

୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ଜିଲ୍ଲା, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୨ଘଣ୍ଟା ପାଇଁ ବନ୍ଦ ରହିବ ଦେବଗଡ଼ ଜିଲ୍ଲା । ଏହି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ ବୋଲି ସୂଚନା ମିଳିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । କ୍ଷତିଗ୍ରସ୍ତଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ଦାବିରେ ଏହି ବନ୍ଦ ପାଳନ କରାଯାଉଥିବା ଜଣାପଡିଛି । ଏନେଇ ଦେବଗଡ଼ ଜିଲ୍ଲା କୃଷକ ସଂଘର୍ଷ ସଂଘ ଦେଇଛି ବନ୍ଦ ଡାକରା ।

ଏହା ପୂର୍ବରୁ ୧୨ ଘଣ୍ଟା ପାଇଁ ବନ୍ଦ ହୋଇଥିଲା ସୁନ୍ଦରଗଡ଼ ଜିଲ୍ଲା । ଏହି ଜିଲ୍ଲାରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ଡାକ୍ତରା ଯୋଗୁଁ ସହରରେ ବସ୍ ଚଳାଚଳ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା । ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ସୁନ୍ଦରଗଡ଼ ବନ୍ଦ ରହିଥିଲା ।

Get real time updates directly on you device, subscribe now.