fbpx

ଓଡ଼ିଶାରେ ଖୋଲିବ ୧୦ଟି MSME କ୍ଲଷ୍ଟର

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଆଗକୁ ହେବାକୁ ଥିବା ପ୍ରକଳ୍ପ ଓ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଜାନୁଆରି ୨୦୨୧ରେ ବାଲେଶ୍ୱରରେ ମାଛ ଚାଷୀ କର୍ମଶାଳା ହେବ । ସାରା ଦେଶର ମାଛ ଚାଷୀ ଓ ମତ୍ସ୍ୟ ବିଜ୍ଞାନୀ ଏଥିରେ ଯୋଗଦେବେ । ୬ହଜାର କୋଟି ଟଙ୍କା ବ୍ୟୟରେ ଦେଶରେ ଖୋଲାଯିବ ୨୦ଟି ଟୁଲରୁମ୍ । ଓଡ଼ିଶାରେ ଗୋଟିଏ ଟୁଲ ରୁମ୍ ଖୋଲିବାକୁ ମଧ୍ୟ କେନ୍ଦ୍ର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଓଡ଼ିଶାରେ ୧୦ଟି ଏମଏସଏମଇ କ୍ଲଷ୍ଟର ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.